Latest Odisha News

BREAKING NEWS

ଡ୍ରଗ୍ସ ସେବନ ଅଭିଯୋଗରେ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତଙ୍କୁ ହେପାଜତକୁ ନେଲା ପୋଲିସ

ବେଙ୍ଗଳୁରୁ: ପୁଣି ଡ୍ରଗ୍ସ ଜାଲରେ ବଲିଉଡ୍ ତାରକା । ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ପରେ ଜଣଙ୍କ ପରେ ଜଣେ ବଲିଉଡ୍ ତାରକା ଡ୍ରଗ୍ସ ଜାଲରେ ଛନ୍ଦି ହୋଇ ପଡ଼ିଥିଲେ । ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ ସମସ୍ତେ । ଏବେ ସେହି ଡ୍ରଗ୍ସ ମାମଲାରେ ଫସିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର । ଡ୍ରଗ୍ସ ନେବା ଅଭିଯୋଗରେ ବେଙ୍ଗଳୁରୁ ପୋଲିସ ସିଦ୍ଧାନ୍ତଙ୍କୁ ଅଟକ ରଖିଛି ।

ଶ୍ରଦ୍ଧା କପୁରଙ୍କ ଭାଇଙ୍କ ସହ ପୋଲିସ ଡ୍ରଗ୍ସ ଟେଷ୍ଟରେ ୬ ଜଣଙ୍କ ନମୁନା ପଜିଟିଭ୍ ପାଇଛି । ଏମାନେ ସମସ୍ତେ ବେଙ୍ଗଳୁରୁର ଏମଜି ରୋଡ୍ ସ୍ଥିତ ଏକ ହୋଟେଲରେ ପାର୍ଟି କରୁଥିବା ବେଳେ ପୋଲିସ ରେଡ୍ କରିଥିଲା । ସିଦ୍ଧାନ୍ତଙ୍କୁ ପୋଲିସ ହେପାଜତକୁ ନେବା ପରେ ବି ଟାଉନରେ ଅନେକ ଚର୍ଚ୍ଚା ଚାଲିଛି ।

ବିଭିନ୍ନ ହିନ୍ଦୀ ସିନେମାରେ ସିଦ୍ଧାନ୍ତ ନଜର ଆସିଥିବା ବେଳେ ଅନେକ ଫ୍ଲଫ ହୋଇଛି । କୌଣସି ରୋଲକୁ ନେଇ ସେ ଦର୍ଶକଙ୍କ ନିକଟରେ ନିଜ ପରିଚୟ ସୃଷ୍ଟି କରିପାରି ନାହାନ୍ତି ।

Leave A Reply

Your email address will not be published.