Latest Odisha News

BREAKING NEWS

ଅର୍ଚ୍ଚନା-ଜଗବନ୍ଧୁଙ୍କ ବିରୋଧରେ ୨୪ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ଭୁବନେଶ୍ୱର: ଶେଷରେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଦାଖଲ ହୋଇଛି ୨୪ଶହ ପୃଷ୍ଠାର ଚାର୍ଜସିଟ୍ । ଖଣ୍ଡଗିରି ପୁଲିସ ଜେଏମଏଫସି-୫ କୋର୍ଟରେ ଏହି ଚାର୍ଜସିଟ୍ ଗୁରୁବାର ଦାଖଲ କରିଛି ।
ଚାର୍ଜସିଟରେ ରହିଛି ଅର୍ଚ୍ଚନାଙ୍କ କଳାକାରନାମାର ପୁରା କାହାଣୀ । ଅର୍ଚ୍ଚନା କିପରି ପ୍ରତିଷ୍ଠିତ ବ୍ୟକ୍ତିକୁୁ ତାଙ୍କ ମାୟାଜାଲରେ ଫସାଇ ବ୍ଲାକମେଲ କରୁଥିଲେ, କିପରି ତାଙ୍କଠାରୁ କୋଟି କୋଟି ଟଙ୍କା ଲୁଟୁଥିଲେ ସବୁ କଥା ରହିଛି ଚାର୍ଜସିଟରେ । ଜେରାବେଳେ ପୋଲିସ ପାଇଥିବା ସମସ୍ତ ତଥ୍ୟକୁ ଚାର୍ଜସିଟରେ ଦାଖଲ କରିଛି ପୋଲିସ । ଏପରିକି ଘଟଣାସ୍ଥଳର ତଥ୍ୟ, ଫରେନସିକ୍ ରିପୋର୍ଟ, ସିଡ଼ିଆର ଆନାଲିସିସ୍, ବ୍ୟାଙ୍କ ଟ୍ରାଂଜାକ୍ସନ୍, ହ୍ୱାଟସଆପ୍ ଚାଟ୍ ତଥ୍ୟ ରହିଛି । ତାଙ୍କ ବିରୋଧରେ ୩୪୧, ୩୨୮, ୩୨୪, ୩୫୪-ସି, ୩୭୦, ୩୮୬, ୩୮୭, ୪୨୦, ୩୮୯, ୬୬-ଇ, ୬୭ ଦଫା ଲଗାଯାଇଛି । ତେବେ ଚାର୍ଜସିଟ୍‌ ଦାଖଲ ପରେ ବଡ଼ବଡ଼ିଆ ଓ ପ୍ରଭାବଶାଳୀଙ୍କ ମଧ୍ୟରେ ଛନକା ପଶିଛି ।
ଏଠି କହି ରଖିବୁ, ପୂର୍ବରୁ ଗତ ଜାନୁଆରି ୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୨୪୧ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ ଦାଖଲ କରିଥିଲା। ଏଥିରେ ୪ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା ଇଡି । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା ।

 

Leave A Reply

Your email address will not be published.