Latest Odisha News

ପୋଲିସ ନଜରରେ ରହିବ ନୂଆ ବର୍ଷ ସେଲିବ୍ରେସନ, ସବୁଠି ମାରିବେ ପଇଁତରା

ଭୁବନେଶ୍ୱର: ପୋଲିସ ଆଖି ଆଗରେ ନୂଆବର୍ଷ ସେଲିବ୍ରେସନ ହେବ। କରୋନା ମହାମାରୀର ପରର ଦୁଇ ବର୍ଷ ପରେ ବିନା କଟକଣାରେ ଚଳିତ ଥର ନୂଆବର୍ଷ ପାଳନ ହେବାକୁ ଯାଉଛି। ତେଣୁ ସମସ୍ତ ଦିଗକୁ ନଜରରେ ରଖି ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଟୁଇନ ସିଟିରେ ନୂଆ ବର୍ଷ କିଭଳି ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେବ ତାକୁ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର ଏବଂ କଟକ କମିଶନର ପୋଲିସ ପ୍ରସ୍ତୁତ କରିଛନ୍ତି। ନୂଆ ବର୍ଷର ପୂର୍ବ ରାତିରେ ଜିରୋ ନାଇଟରେ ଅନେକ ଲୋକ ଉତ୍ସବ ପାଳନ କରିବାକୁ ଯାଉଛନ୍ତି। ଖୁଚୁରା ବ୍ୟବସାୟୀମାନେ ଉତ୍ସବ ପାଇଁ ରାସ୍ତାରେ ଦୋକାନ ଖୋଲିବାର ସମ୍ଭାବନା ଥିବାରୁ ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡାକଡି କରିଛି।

ଭୁବନେଶ୍ୱରରେ ପୋଲିସ ଡିସେମ୍ବର ୩୧ ସଂଧ୍ୟା ୭ଟାରୁ  ରାତି ୨ ଟା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଚେକିଂ ବ୍ୟବସ୍ଥାକୁ ଜୋରଦାର କରିବ। ସହରର ୨୮ଟି ଜନଗହଳି ପୂର୍ଣ୍ଣ ସ୍ଥାନରେ ପୋଲିସ୍ ଚେକ୍ ପୋଷ୍ଟ ଲଗାଯିବ। ଯେଉଁମାନେ ଦ୍ରୁତଗତି କିମ୍ବା ବେଆଇନ ଗାଡି ଚଳାଉଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ ପିଇ ଗାଡି ଚାଳଉଥିବା ବ୍ଯକ୍ତିଙ୍କ ଉପରେ ନଜର ରଖାଯିବ। ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ। ୩ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବେ। ଏଥିପାଇଁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଜନଗହଳିକୁ ନଜରରେ ରଖି ସେହି ସ୍ଥାନରେ ୧୦ ସେକ୍ସନ ପୋଲିସ ଫୋର୍ସ ମୁତୟନ ହେବେ। ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିଦିନ ଟ୍ରାଫିକ ଆଡଭାଇଜରି ଜାରି କରାଯିବ।ନୂଆବର୍ଷ ଦିନ ପର୍ଯ୍ୟଟନ ସ୍ଥଳୀରେ ସ୍ବତନ୍ତ୍ର ଅଫିସର ନଜର ରଖିବେ। ବାହାରେ ଖୋଲାସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ ରାତି ୧୦ ଟା ପର୍ଯ୍ୟନ୍ତ ଏବଂ ହୋଟେଲ ଇଣ୍ଡୋରରେ ରାତି ୧୨ଟା ପର୍ଯ୍ୟନ୍ତ ମିଳିବ ଅନୁମତି।

 

 

Comments are closed.