Latest Odisha News

BREAKING NEWS

ଷ୍ଟକହୋମ ମସଜିଦ ନିକଟରେ କୁରାନ ଜାଳିବାକୁ ଅନୁମତି ଦେଲା ସ୍ୱୀଡେନ ପୋଲିସ

ଷ୍ଟକହୋମ: ସ୍ୱୀଡେନରେ ପୁନର୍ବାର କୁରାନ ଜାଳିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏ ନେଇ ଏକ ବ୍ୟକ୍ତି ସ୍ୱୀଡେନ ପୋଲିସ ନିକଟରେ ଅନୁମତି ମାଗିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏ ନେଇ ଅନୁମତି ମିଳିସାରିଛି । ସେଂଟ୍ରାଲ ଷ୍ଟକହୋମ ନିକଟରେ ଥିବା ମସଜିଦ ନିକଟରେ ସେ କୁରାନ ଜାଳିବେ ବୋଲି ଯୋଜନା ପ୍ରସ୍ତୁତ କରିଛନ୍ତି । ସ୍ୱୀଡେନର ଏହି ନୀତି ଯୋଗୁ ନାଟୋରେ ସଦସ୍ୟତା ପାଇ ପାରୁ ନାହିଁ । ପୂର୍ବରୁ ଇରାକର ଦୂତାବସ ବାହାରେ କୁରାନ ଜାଳିବା ପାଇଁ ବ୍ୟକ୍ତିଜଣଙ୍କ ଅନୁମତି ମାଗିଥିଲେ ମଧ୍ୟ ଏହା ମିଳି ନ ଥିଲା । ଏ ଭଳି ଘଟଣା ପୂର୍ବରୁ ଘଟିଥିବା ବେଳେ ତୁର୍କୀ ସମେତ ଅନେକ ମୁସଲିମ ଦେଶ ଏହାକୁ ତୀବ୍ର ବିରୋଧ କରିଥିଲେ ।

ଏପରିକି ନାଟୋ ସଦସ୍ୟତା ବେଳେ ତୁର୍କୀ ଏହାକୁ ବିରୋଧ କରିଥିଲା । ଷ୍ଟକହୋମ ପୋଲିସ ଯେ ଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ସ୍ୱୀଡେନ କୋର୍ଟଙ୍କ ଅନୁସାରେ ସାର୍ବଜନିକ ସମାରୋହ ଓ ପ୍ରଦର୍ଶନ ପାଇଁ ସାଧାରଣ ଜନତାଙ୍କୁ ଅନୁମତି ମିଳିବା ଉଚିତ ।

Comments are closed.