Latest Odisha News

ଫେରାର ଅଭିଯୁକ୍ତଙ୍କ ଘର କାନ୍ଥରେ ପୋଷ୍ଟର ମାରିଲା ପୋଲିସ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ନିକଟସ୍ଥ ଏମଭି-୮୩ ଗ୍ରାମରେ ଆଜି ପୋଲିସ ଫେରାର ଥିବା ଗଂଜେଇ ଅଭିଯୁକ୍ତଙ୍କ ଘର କାନ୍ଥରେ ପୋଷ୍ଟର ଲଗାଇଛି । ଏଥିସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁରେ ପ୍ରଚାର ମଧ୍ୟ କରିଛି । ତେବେ ତୁରନ୍ତ କୋର୍ଟରେ ହାଜର ନ ହେଲେ ସେମାନଙ୍କର ସମସ୍ତ ସମ୍ପତ୍ତି ବ୍ୟାଜାପ୍ତ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅଭିଯୁକ୍ତମାନେ କୋର୍ଟରେ ହାଜର ନ ହେବା କାରଣରୁ ପୋଲିସ ଏହିଭଳି ପଦକ୍ଷେପ ଗ୍ରହଣ କରିଛି ।
ଏମଭି -୮୩ ଗ୍ରାମର ନିତାଲ ମଣ୍ଡଳ, ଅଶୋକ ମହରି ଏବଂ ମହିନ୍ଦ୍ରା ବାସୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ମାଲକାନଗିରି ଥାନାରେ ମାମଲା ରହିଛି । ତେବେ ଦୀର୍ଘ ଦିନ ଧରି ସେମାନେ ଫେରାର ଥିବାରୁ ପୋଲିସ ଏଭଳି ପ୍ରଚାର ଏବଂ ପୋଷ୍ଟର ମାରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.