Latest Odisha News

BREAKING NEWS

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଘନିଆକୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଅଭିଯୁକ୍ତ ଘନିଆକୁ ଖୋଜୁଛି ପୋଲିସ। ରାଜଧାନୀ ସ୍ଥିତ ଏୟାରଫିଲ୍ଡ ଥାନା ଅଧୀନରେ ଥିବା କେଳାସାହି ବସ୍ତିରେ ସୋମବାର ସଂଧ୍ୟାରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ, ନାବାଳିକାକୁ ଅଭିଯୁକ୍ତ ଜଣଙ୍କ ପ୍ରଥମେ ଚକୋଲେଟ ଦେବାକୁ ଡାକିଥିବା ଅଭିଯୋଗ ହୋଇଛି। ଏହାପରେ ଛୋଟ ଛୁଆଟିକୁ ଅସଦାଚରଣ କରିଥିବା ସୂଚନା ରହିଛି। ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଅଭିଯୁକ୍ତ ଘନିଆ ଝିଅଟିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାପରେ ସେ ଫେରାର ହୋଇଯାଇଛି।

ଏହି ମାମଲାରେ ପୋଲିସ ଦୁଷ୍କର୍ମ ଘଟଣାକୁ ସ୍ବୀକାର କରିନାହିଁ କିନ୍ତୁ ହତ୍ୟାକାଣ୍ଡ ଘଟଣାକୁ ସ୍ବୀକାର କରିଛି। ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ ଓ ଏୟାର ଫିଲ୍ଡ ଥାନା ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି ।

Comments are closed.