Latest Odisha News

BREAKING NEWS

କେନ୍ଦୁଝରରେ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର

କେନ୍ଦୁଝର: କେନ୍ଦୁଝର ସମ୍ବାଦର ଜିଲ୍ଲା ପ୍ରତିନିଧି ସୁବ୍ରତଙ୍କୁ ପୋଲିସର ଦୁର୍ବ୍ୟବହାର । ପ୍ରବଳ ଜ୍ୱର ହୋଇଥିବା ପୁଅକୁ ଡାକ୍ତରଖାନା ନେବା ସମୟରେ ସାମ୍ବାଦିକଙ୍କ ସହ ପୋଲିସ ଦୁର୍ବ୍ୟବହାର କକରିଥିବା ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ବୁଧବାର ସକାଳ ସମୟରେ ସୁବ୍ରତ ନିଜ ଅସୁସ୍ଥ ପୁଅକୁ ମେଡିକାଲ ନେଇ ଯାଉଥିଲେ। ଲକଡାଉନ ଯୋଗୁଁ ରାସ୍ତାରେ ଚାଲିଥିବ ପୋଲିସ ଚେକିଂ ରେ ଜଣେ କନେଷ୍ଟବଳ ତାଙ୍କୁ ଅଟକାଇ ଥିଲେ । କନେଷ୍ଟବଳ ଜଣଙ୍କୁ ସେ ନିଜ ପରିଚୟ ଦେବସହ ପ୍ରବଳ ଜ୍ବରରେ ଗାଡି ପଛରେ ଶୋଇଥିବା ଅସୁସ୍ଥ ପୁଅଙ୍କୁ ଦେଖେଇ ଡାକ୍ତରଖାନା ଯାଉଥିବ କହିଥିଲେ ।

ଏହା ସତ୍ତ୍ୱେ କନେଷ୍ଟବଳ ତାଙ୍କୁ ନଛାଡି ଗାଳିଗୁଲଜ କରିବା ସହ ଚେକିଂ ଦାୟିତ୍ୱରେ ଥିବା ଥାନା ଅଧିକାରୀ ଆଶୁତୋଷ ମହାନ୍ତି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହା ସହ ତାଙ୍କୁ ଏକ ଠେଙ୍ଗାରେ ମାଡ଼ ମାରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।
ଏନେଇ କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଏହାର ପ୍ରତିବାଦ କରାଯିବା ସହ ଏନେଇ ସୁବ୍ରତ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

Comments are closed.