Latest Odisha News

BREAKING NEWS

ପୋଲିସ ମୁଖ୍ୟାଳୟ ଓ ବାରବାଟୀ ପରିଦର୍ଶନ କଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ଏବଂ ବାରବାଟି ଷ୍ଟାଡିୟମ୍‌ ପରିଦର୍ଶନ କରିଛନ୍ତି ।

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସରକାରୀ ଗସ୍ତରେ ଯାଇ ପୋଲିସ ମୁଖ୍ୟାଳୟ ପରିଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଦୁଇଦିନିଆ ଗସ୍ତ
କାର୍ଯ୍ୟକ୍ରମ ଓ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ପୋଲିସ ଡିଜିଙ୍କ ସହ ଆଲୋଚନା କରିଥିଲେ ।

ଡିସେମ୍ବର ୨୨ରେ କଟକ ବାରବାଟି ଷ୍ଟାଡିୟମ୍‌ରେ ହେବାକୁ ଥିବା ଏକ ଦିବସୀୟ କ୍ରିକେଟ ମ୍ୟାଚ୍‌ ଲାଗି କି ପ୍ରକାର ସୁରକ୍ଷା
ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ବିଷୟରେ କଥା ହୋଇଥିଲେ ।

ଏଥି ସହ ପୋଲିସ ମୁଖ୍ୟାଳୟର କାର୍ଯ୍ୟ ସହିତ ଜିଲ୍ଲା ତଥା ଗ୍ରାମାଞ୍ଚଳର ଥାନାଗୁଡ଼ିକର ଭିତ୍ତିଭୂମି ବିକାଶ ଉପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଆଲୋଚନା କରିଥିଲେ ।

ଏହି ଆଲୋଚନା ସମୟରେ ପୋଲିସ ଡିଜି ସତ୍ୟଜିତ ମହାନ୍ତି, ଭୁବନେଶ୍ୱର-କଟକ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ଡିଜିପି(ମୁଖ୍ୟାଳୟ) ବିନୟତୋଷ ମିଶ୍ର, ଆଇଜିପି (ମର୍ଡନାଇଜେସନ୍‌) ଶ୍ରୀମତୀ ରେଖା ଲୋହାନୀ, ଆଇଜିପି (ଟ୍ରେନିଂ) ଶ୍ରୀମତୀ ଏସ୍‌ ସାଇନି, କଟକ ଡିସିପି ଅଖିଳେଶ୍ୱର ସିଂହ ଏବଂ ଆଇଜିପି(ମୁଖ୍ୟାଳୟ) ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ଏହାପରେ କ୍ୟାପ୍‌ଟେନ୍‌ ମିଶ୍ର ବାରବାଟି ଷ୍ଟାଡିୟମ୍‌ ପରିଦର୍ଶନରେ ଯାଇ ଷ୍ଟାଡିୟମ୍‌ର ଭିତ୍ତିଭୂମି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ଏହି ସମୟରେ ପୋଲିସ ଡିଜିପି ସତ୍ୟଜିତ ମହାନ୍ତି, ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ସଂପାଦକ ସଂଜୟ ବେହେରା, କଟକ ଅତିରିକ୍ତ ଜିଲ୍ଲାପାଳ ବିଜୟ
କୁମାର ଖଣ୍ଡାୟତରାୟ ଏବଂ ଅନ୍ୟ ବରିଷ୍ଠ ପୋଲିସ୍‌ ଅଧିକାରୀ ଏବଂ ଓସିଏ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.