ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ରାମଚନ୍ଦ୍ରପୁର ବାଉଁଶିଆପଲ୍ଲୀ ଠାରେ ନକଲି ଗୁଟଖା ସାମ୍ରାଜ୍ୟ ଚଳାଇଥିବା ନରେନ୍ଦ୍ର ସାହୁଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି । ଗତ ଅଗଷ୍ଟ ୩୦ ତାରିଖରେ ସଦର ଥାନା ପକ୍ଷରୁ ବାଉଁଶିଆପଲ୍ଲୀ ଠାରେ ଥିବା ୩ଟି ନକଲି ଗୁଟଖା କାରଖାନା ଓ ଗୋଦାମରେ ଚଢଉ କରାଯାଇଥିଲା। ସେହି କାରଖାନାକୁ ନରେନ୍ଦ୍ର ସାହୁ ଚଳାଉଥିବା ବେଳେ ସେଠାରେ ୨୦ରୁ ଅଧିକ କର୍ମଚାରୀ କାମ କରୁଥିଲେ। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ଙ୍କ ନିର୍ଦେଶରେ ହୋଇଥିବା ଏହି ଚଢଉ ବେଳେ ସେହି କାରଖାନା ଓ ଗୋଦାମରୁ ପ୍ରାୟ ୩ କୋଟି ଟଙ୍କାର ନକଲି ଗୁଟଖା, କଞ୍ଚାମାଲ, ମସିନ, ଏକାଧିକ ଟ୍ରକ ଜବତ ହୋଇଥିଲା। ନରେନ୍ଦ୍ର ସାହୁ ଏଠାରେ ଗୁଟଖା ପ୍ରସ୍ତୁତ କରିବା ପରେ ସେଗୁଡ଼ିକ ବିଭିନ୍ନ ରାଜ୍ୟକୁ ପଠାଉଥିଲା। ତେବେ ଚଢଉ ପୂର୍ବରୁ ନରେନ୍ଦ୍ର ସାହୁ କେଉଁଆଡେ ଫେରାର ହୋଇଯାଇଥିଲା। ନରେନ୍ଦ୍ରକୁ ଧରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ଯୋଜନା ହୋଇଥିଲା । ତାଙ୍କ ମୋବାଇଲ ଟ୍ରାକିଂ ସହ ନିକଟ ସମ୍ପର୍କୀୟଙ୍କୁ ପଚରାଉଚରା ଚାଲିଥିଲା। ଏପଟେ ନରେନ୍ଦ୍ର ସାହୁ ଫେରାର ହେବା ପରେ ପୁଲିସ ପର୍ଯ୍ୟାୟକ୍ରମେ ତାଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ ଥିବା ୪୯ ଲକ୍ଷ ଟଙ୍କାକୁ ଅଚଳ କରି ଦେଇଥିଲା। ତଦନ୍ତ ବେଳେ ନରେନ୍ଦ୍ର ଭୁବେନଶ୍ବର ଥିବା ଜାଣିବା ପରେ ପୁଲିସର ଏକ ଟିମ ସେଠାକୁ ଯାଇ ଗିରଫ କରିଛି । ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
BREAKING NEWS
- ନିଟ୍-ଏମଡିଏସ୍ ଏବଂ ନିଟ୍-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା
- Universe Destruction Signs: କିଛି ନୂଆ ବିପଦର ସଂକେତ ଦେଉଛି କି ମହାକାଶ? ସୂର୍ଯ୍ୟ ପରି ତାରାର ହଠାତ୍ ମଳିନ ପଡିଗଲା ଚମକ୍, ବୈଜ୍ଞାନିକମାନେ ଦେଖିଲେ କିଛି ରହସ୍ୟମୟ ଘଟଣା…
- ଝିଅ ହେବାରୁ ବୋହୂକୁ ନିଆଁ ଲଗାଇ ଦେଲେ ଶ୍ୱଶୁର, ଅଳ୍ପକେ ବର୍ତ୍ତିଲେ…
- ସିଡିଏ ଜମି ଜାଲିଆତି ମାମଲା; ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଲେ ବିଭାଗୀୟ ମନ୍ତ୍ରୀ
- Trump Tehran Conflict: ମଧ୍ୟପ୍ରାଚ୍ୟରେ କିଛି ବଡ଼ ଘଟିବାକୁ ଯାଉଛି କି? ‘ଇରାନ ମୁହାଁ ଆମେରିକା ଯୁଦ୍ଧଜାହାଜ…’
- ପୁରୀରେ ଆମ ବସ୍ ଧକ୍କାରେ ମହିଳା ଆହତ, ତାତିଲେ ଲୋକେ
- Congress: ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ: ଭକ୍ତ ଦାସ
- Leopard Skin: କଲରାପତରିଆ ବାଘ ଛାଲ ଡିଲ୍ ବେଳେ ୩ ଜଣଙ୍କୁ ଗିରଫ କଲା ବନବିଭାଗ
- US Exit WHO: ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, WHO ରୁ ଓହରିଗଲା ଆମେରିକା!
- India Post Revenue: ପ୍ରଥମ ତିନି ଚଉଠରେ ଭାରତୀୟ ଡାକର ଲାଭ ୮.୨ ପ୍ରତିଶତ ବୃଦ୍ଧି
Comments are closed.