Latest Odisha News

BREAKING NEWS

ଛୋଟୁ ଭୈୟାଙ୍କୁ କ୍ଷମା ମାଗିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଓ କ୍ରିକେଟର ରିଷଭ ପନ୍ତଙ୍କ ମଧ୍ୟରେ ଉପୁଜିଥିବା ବିବାଦର ଅନ୍ତ ଘଟିଛି । ରିପୋର୍ଟ ମୁତାବକ ଉର୍ବଶୀ ତାଙ୍କ ଭୁଲ ନେଇ ପନ୍ତଙ୍କୁ କ୍ଷମା ମାଗିଛନ୍ତି । ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସାମ୍ବାଦିକଜଣଙ୍କ ତାଙ୍କୁ ପଚରାଥିଲେ ଆପଣ ବୁଲେଇ ବଙ୍କେଇ କୁହନ୍ତୁ ନାହିଁ । ଯଦି ପନ୍ତଙ୍କୁ କିଛି ମେସେଜ ଦେବାର ଅଛି ସିଧା ସଳଖ ଦିଅନ୍ତୁ । ଏହାର ଜବାବରେ ଉର୍ବଶୀ ହାତ ଯୋଡି ସରି…ଆଇ ଏମ ସରୀ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହାର ସତ୍ୟତା ନେଇ ଓଡିଶା ସମ୍ବାଦ ପକ୍ଷରୁ କୌଣସି ଦାବୀ କରାଯାଉ ନାହିଁ ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଉର୍ବଶୀ ଏବଂ ପନ୍ତଙ୍କ ବିବାଦ ସୋସିଆଲ ମିଡିଆରେ ବେଶ ଆଲୋଚ୍ୟ ବିଷୟ ପାଲଟି ଯାଇଥିଲା । ଉର୍ବଶୀ ସୋସିଆଲ ମିଡିଆର ଆରପି ନାମଧାରୀ ବ୍ୟକ୍ତିଙ୍କ ସହ କିପରି ପ୍ରେମ ସମ୍ପର୍କ ଚ୍ଛିନ୍ନ ହୋଇଥିଲା ତାହା ଲେଖିଥିଲେ । ଏହାର ଜବାବରେ ପନ୍ତ ମୋ ପଛରେ ଆଉ ପଡନି ଭଉଣୀ ବୋଲି କହିଥିଲେ । ପରେ ଉର୍ବଶୀ ଛୋଟୁ ଭୈୟା କେବଳ ବ୍ୟାଟ ବଲ ଖେଳନ୍ତୁ । ମୁଁ ମୁନ୍ନୀ ନୁହେଁ ଯେ ବଦନାମ ହୋଇଯିବ । ଏପରିକି ଉର୍ବଶୀ ରକ୍ଷା ବନ୍ଧନର ଶୁଭେଚ୍ଛା ପନ୍ତଙ୍କୁ ଜଣାଇଥିଲେ ।

Leave A Reply

Your email address will not be published.