Latest Odisha News

BREAKING NEWS

ଖାକି ବର୍ଦ୍ଦିରେ ରିଲ୍‌ସ କରିବା ପଡ଼ିଲା ମହଙ୍ଗା, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କଲେ ମହିଳା ପୋଲିସ

ବ୍ରାଜିଲ: ଆଜିକାଲି ଅନେକ ଯୁବପିଢୀ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ମଧ୍ୟ ଭିଡ଼ିଓ ବନାଉଛନ୍ତି । ଏଇ ଯେମିତି ବ୍ରାଜିଲ୍‌ର ଜଣେ ମହିଳା ପୋଲିସ କର୍ମଚାରୀ ଖାକି ବର୍ଦ୍ଦିରେ ଭିଡ଼ିଓ ପୋଷ୍ଟ କରିବା ତାଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ତାଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଛି । କାରଣ ଭିଡିଓ ସେୟାର ହେବାର ୮ ମାସ ପରେ ପୋଲିସର ଆଚରଣ ବିଧି ଉଲ୍ଲଂଘନ କରି ତାଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରାଯାଇଛି ।

ଆଲବା ମ୍ୟାଟୋସ୍ ବ୍ରାଜିଲରେ ରୁହନ୍ତି । ବ୍ରାଜିଲର ବାହିଆ ରାଜ୍ୟ ଇଟାବୁନା ମିଲିଟାରୀ ପୋଲିସର ୧୫ ତମ ବାଟାଲିୟନରେ ଆଲବା ନିଯୁକ୍ତ ହୋଇଛନ୍ତି ଆଲବା ସୋସିଆଲ ମିଡ଼ିଆରେ ଖୁବ୍ ସକ୍ରୀୟ । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଲିସ ୟୁନିଫର୍ମରେ ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ କରିଛନ୍ତି । ସେ ଗତ ଫେବୃଆରୀ ୧ ରେ ଏପରି ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ପୋଲିସ ୟୁନିଫର୍ମ ପିନ୍ଧିବା ସହ ହାତରେ ଏକ ରାଇଫଲ ଧରି କାର ସମ୍ମୁଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେ ତାଙ୍କ ଫଲୋର୍ସମାନଙ୍କୁ ପଚାରୁଛନ୍ତି, ମୋର ନୂଆ ୟୁନିଫର୍ମ ପସନ୍ଦ କି? ତାହା କମେଣ୍ଟ ବକ୍ସରେ ଜଣାନ୍ତୁ ।

ଆଲବାଙ୍କ ଇନଷ୍ଟାଗ୍ରାମରେ ଲକ୍ଷାଧିକ ଫଲୋଅର୍ସ ଅଛନ୍ତି । ସେ ପ୍ରାୟତଃ ସଚେତନତା ବାର୍ତ୍ତା ଏବଂ ପ୍ରେରଣାଦାୟକ ଭିଡିଓ ପୋଷ୍ଟ କରି ମହିଳାମାନଙ୍କୁ ସାମରିକ କ୍ୟାରିଅର୍ କରିବାକୁ ଉତ୍ସାହିତ କରନ୍ତି । ପୋଲିସ୍ ୟୁନିଫର୍ମ ବ୍ୟତୀତ ସେ ଅନ୍ୟ ପୋଷାକରେ ନିଜର ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାନ୍ତି । ତାଙ୍କ ଫଟୋ ଦେଖିଲେ ସେ କୌଣସି ମଡେଲଠାରୁ କମ୍ ଦିଶନ୍ତି ନାହିଁ ।

ଆଲବା କହିଛନ୍ତି ଯେ, ମୁଁ ଫେବୃୟାରୀରେ ପୋଷ୍ଟ କରିଥିବା ଭିଡ଼ିଓକୁ ନେଇ ଦୀର୍ଘ ୮ ମାସ ପରେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି , ଯାହା ଆଶ୍ଚର୍ଯ୍ୟକର । ମୁଁ ପୋଷ୍ଟ କରିଥିବା ଭିଡିଓ ପୋଲିସର ଆଚରଣ ବିଧି ବିରୁଦ୍ଧ ଅଟେ ବୋଲି ଦର୍ଶାଯାଇଛି ।

Leave A Reply

Your email address will not be published.