ବ୍ରହ୍ମପୁର: ସାଧାରଣ ଲୋକଙ୍କ ପରେ ବର୍ତ୍ତମାନ ସରକାରୀ ଅଧିକାରୀମାନେ ମଧ୍ୟ ସାଇବର ଠକଙ୍କ ଶିକାର ହେବାରେ ଲାଗିଛନ୍ତି। ଏଭଳି କିଛି ସାଇବର ଅପରାଧର ଶିକାର ହୋଇଛନ୍ତି ଗଞ୍ଜାମ ଜିଲା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ। ତାଙ୍କ ନାଁରେ ଫେସବୁକ୍ ଏବଂ ହ୍ବାଟସଆପ୍ରେ ଆକାଉଣ୍ଟ ସାଇବର ଠକମାନେ ଲୋକମାନଙ୍କ ଠକିଥିବା ଅଭିଯୋଗ ଆସିଛି। ଫେସବୁକରେ ତାଙ୍କ ଫୋଟ ସହ ନାମରେ ଖୋଲା ହୋଇଛି ଫେକ୍ ଆକାଉଣ୍ଟ। ସେହିଭଳି ହ୍ବାଟଆପ୍ରେ ମଧ୍ୟ ତାଙ୍କ ଫଟୋ ରଖି ଟଙ୍କା ମଗା ହେଉଛି। ଆକାଉଣ୍ଟଗୁଡ଼ିକରେ ଥାନା ଅଧିକାରୀ ମଲ୍ଲଙ୍କ ୟୁନିଫର୍ମ ପିନ୍ଧିଥିବା ଫଟୋ ରଖାଯାଇଥିବା ଯୋଗୁ ଅନେକ ଏହାକୁ ସତ ବୋଲି ଭାବିଛନ୍ତି। ଆକାଉଣ୍ଟ କରି ଲୋକଙ୍କୁ ଟଙ୍କା ମଗାଯାଇଛି। ତାଙ୍କର ସାଙ୍ଗ ଜଣେ ସିଆରପିଏମ୍ରେ ଚାକିରୀ କରୁଛନ୍ତି। ସେହି ସାଙ୍ଗ ଜଣକ ବଦଳି ହୋଇଥିବା ଯୋଗୁ ଖୁବ୍ କମ୍ ଦରରେ ଘରର ସାମଗ୍ରୀ ବିକ୍ରି କରୁଛନ୍ତି। ଶସ୍ତାରେ ଭଲ ସାମଗ୍ରୀ କିଣିବା ସୁଯୋଗକୁ ହାତଛଡ଼ା ନକରିବା ପାଇଁ ମ୍ୟାସେଜ୍ରେ ଲେଖା ହୋଇଛି। ମ୍ୟାସେଜ୍ ସହିତ ଦାବି ସୋଫା, ଫ୍ରିଜ୍, ଏଲ୍ଇଡି ଟିଭି, ଡାଇନିଂ ସେଟ୍, ୱାସିଙ୍ଗ୍ ମଶିନ ସହ ଅନ୍ୟାନ୍ୟ ସାମଗ୍ରୀର ଫଟୋ ମଧ୍ୟ ଛଡ଼ା ହେଉଛି। ମ୍ୟାସେଜର ସତ୍ୟତା ନେଇ ଥାନା ଅଧିକାରୀ ମଲ୍ଲଙ୍କୁ କିଛି ଲୋକ ଯୋଗାଯୋଗ କରିବା ପରେ ଠକେଇର ଗୁମର ଖୋଲିଥିଲା। ତାହା ଫେକ୍ ଆକାଉଣ୍ଟ ହୋଇଥିବା ଯୋଗୁ କେହି ବିଶ୍ବାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।
BREAKING NEWS
- ବିଜୟ ହଜାରେ ଟ୍ରଫି: ଗୋବିନ୍ଦଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଆନ୍ଧ୍ରକୁ ହରାଇଲା ଓଡିଶା
- ଦୁବାଇରେ ମଶା ଆତଙ୍କ, ସରକାର ଦେଲେ ଟିପ୍ସ…
- Public Grievance: ଏହି ଦିନ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
- ହ୍ୟୁମାନ ସାଗର ମୃତ୍ୟୁ ମାମଲା: ଏତଲାରେ ଥିବା ବ୍ୟକ୍ତିଙ୍କର ହେବେ ଜେରା
- ତପ୍ତପାଣି ଘାଟିରେ ଅଘଟଣ; କାର ଉପରେ ଓଲଟିଲା କାଜୁ ବୋଝେଇ ଟ୍ରକ୍
- ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଆଇନକୁ ହାତକୁ ନନେବାକୁ ସରକାରଙ୍କ ଅପିଲ
- Rath Yatra: ୨୦୨୬ ରଥଯାତ୍ରା ଲାଗି ଆରମ୍ଭ ହେଲା ପ୍ରାରମ୍ଭିକ ପ୍ରସ୍ତୁତି
- New Year Celebration: ଓଡିଶାରେ ଆରମ୍ଭ ହେଲା ‘ମିଶନ ସୁରକ୍ଷା ୨୦୨୬’; ଜିରୋ ନାଇଟ୍ ପାଇଁ ରାତିସାରା ଚାଲିବ ପାଟ୍ରୋଲିଂ, ବ୍ଲକିଂ ଚେକିଂ
- ନୂଆ ବର୍ଷରେ ଶ୍ରୀକ୍ଷେତ୍ର ଜଗିବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ
- ଦିିନିକିଆ ଦଳରେ ସ୍ଥାନ ପାଇବା ପାଇଁ ବିଜୟ ହଜାରେ ଟ୍ରଫିକୁ ଟାର୍ଗେଟ କରୁଛନ୍ତି ଅଭିଷେକ
Comments are closed.