Latest Odisha News

BREAKING NEWS

ଅଣ୍ଡର ୧୭ ମହିଳା ବିଶ୍ବକପ୍ ଫୁଟବଲ: ଆମେରିକା ୮-୦ ଗୋଲରେ ଭାରତକୁ ହରାଇଲା

ଫିପା ବିଶ୍ୱକପ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଅଣ୍ଡର ୧୭ ମହିଳା ବିଶ୍ବକପ୍ ଫୁଟବଲ । ଏହି ଅବସରରେ ଫିପା ବିଶ୍ୱକପ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଭାରତ ଓ ଆମେରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆମେରିକାର ବୃହତ ବିଜୟ ହାସଲ କରିଛି । ଆମେରିକା ଲଗାତାର ଗୋଲ ଦେଇ ଚାଲିଥିବା ବେଳେ ଭାରତୀୟ ଖେଳାଳି ଗୋଟେ ବି ଗୋଲ ସ୍କୋର କରିପାରିନଥିଲେ ।

ଆଜି ରାତି ଆଠଟାରେ ଭାରତ – ଆମେରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତ ପରାସ୍ତ ହୋଇଛି । ଫୁଲ ଟାଇମ ଖେଳ ସୁଦ୍ଧା ଭାରତକୁ ଆଠଟି ଗୋଲ ଦେଇଛି ଆମେରିକା । ଆମେରିକାର ଘନ ଘନ ଆକ୍ରମଣକୁ ରୋକିବାରେ ଅସଫଳ ହୋଇଥିଲେ ଭାରତୀୟ ଖେଳାଳି । ରକ୍ଷଣଭାଗକୁ ଭେଦ କରି ଆମେରିକା ଖେଳାଳି ଭାରତକୁ ଗୋଟିଏ ପରେ ଗୋଲ ଦେଇ ଶେଷରେ ୮-୦ରେ ବୃହତ ବିଜୟ ହାସଲ କରିଥିଲେ ।

 ସେପଟେ ଅପରାହ୍ନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମରୋକ୍କୋକୁ ହରାଇ ବ୍ରାଜିଲ ବିଜୟୀ ହୋଇଛି । ୧-୦ ଗୋଲରେ ମରୋକ୍କୋକୁ ପରାସ୍ତ କରିଛି ବ୍ରାଜିଲ । ମ୍ୟାଚ ଆରମ୍ଭରୁ ବ୍ରାଜିଲ୍ ଆଟାକିଂ ଗେମ୍ ଖେଳି ମ୍ୟାଚର ୫ ମିନିଟରେ ଗୋଲ ସ୍କୋର କରିଥିଲା ।

ତେବେ ମରୋକ୍କୋ ଟିମ୍ ଭଲ ଖେଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲା ।  ଗୋଆରେ ଚାଲିଥିବା ଅନ୍ୟ ଏକ ମ୍ୟାଚରେ  ନ୍ୟୁଜିଲାଣ୍ଡକୁ ହରାଇ ଚିଲି ବିଜୟ ହାସଲ କରିଛି ।

Leave A Reply

Your email address will not be published.