ଜଗତସିଂହପୁର: ଭିଜିଲାନ୍ସ ଜାଲରେ ଥାନା ବାବୁ। ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଏଏସ୍ଆଇ ରବିନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ଼୍ । ଏକାସାଙ୍ଗେ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଜାରି ରହିଥିବା ସୂଚନା।
ସୂଚନାନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ଏଏସ୍ଆଇ ରବିନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରିଛି । ଏରସମା ଥାନା ଅନ୍ତର୍ଗତ ନିଜ ପୈତୃକ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।
ଭିଜିଲାନ୍ସର ୩ଟି ଟିମ୍ର ପ୍ରାୟ ୨୫ଜଣ ସଦସ୍ୟ ଏହି ଚଢ଼ାଉରେ ସାମିଲ ଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ସମ୍ପତ୍ତିର ପରିମାଣ କିଛି ସ୍ପଷ୍ଟ ହୋଇନାହିଁ।