Latest Odisha News

ନିଜ ବନ୍ଧୁକରୁ ଗୁଳି ଫଟାଇ ଆତ୍ମହତ୍ୟା ଉଦ୍ୟମ କଲେ ପୋଲିସ ଅଫିସର

କୋରାପୁଟ: ପୋଲିସ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ବନ୍ଧୁକରୁ ଗୁଳିକଲେ ଇନ୍ସପେକ୍ଟର । ତାଙ୍କର ବେକ ଓ ମୁଣ୍ଡରେ ଗୁଳି ବାଜିଥିବା ଜଣାଯାଇଛ । ଏମିତି ଖବର ଆସିଛି କୋରାପୁଟ ଜିଲ୍ଲାରୁ ।

ଆଜି ସକାଳ ୧୧ଟା ୪୦ ମିନିଟରେ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ଇନ୍ସପେକ୍ଟର ନରେନ୍ଦ୍ର ବିଶ୍ୱାଳ । ହଠାତ୍ ସେ ନିଜ ବନ୍ଧୁକରୁ ନିଜକୁ ଗୁଳି ଫୁଟାଇଥିଲେ ।  ଶବ୍ଦ ଶୁଣି   ସୁରକ୍ଷାକର୍ମୀ ଓ ଅନ୍ୟ କର୍ମଚାରୀ ସ୍ତବ୍ଧ ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ ପ୍ରଥମେ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି  । ତାଙ୍କ ମୁଣ୍ଡ ଓ ବେକରେ ଗଭୀର କ୍ଷତ ହୋଇଛି । ତାଙ୍କର ଅବସ୍ଥା  ଗୁରୁତର ଥିବା ଜାଯାଇଛି ।

ଆଣ୍ଟି ନକ୍ସଲ ସେଲରେ ଥିଲେ ଇନ୍ସପେକ୍ଟର ନରେନ୍ଦ୍ର । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡି ନାହିଁ । ଘଟଣାର ତଦନ୍ତ ଚାଲିଛି । ଏସପି ନିଜେ  ଉପସ୍ଥିତି ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Comments are closed.