Latest Odisha News

BREAKING NEWS

ପୁରୀରେ ପୋଲିସ କ୍ୱାର୍ଟରରୁ ଚୋରି କରି ଚମ୍ପଟ୍ ମାରିଲା ଚୋର !

ପୁରୀ: ଏବେ ପୁରୀ ସହରରେ ଗୋଟିଏ କଥାକୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି । ଯିଏ ଚୋର ଧରିବାରେ ଓସ୍ତାଦ୍ ମାନେ ଖୋଦ୍ ପୋଲିସ ବାବୁଙ୍କ ଘରେ କଳାକନା ବୁଲାଇଛି ଚୋର । ପୋଲିସ କ୍ୱାର୍ଟରରେ ହୋଇଛି ଚୋରି ।

ମିଳିଥିବା ସୂଚନାନୁଯାୟୀ, କାକଟପୁର ଥାନା ଆଇଆଇସି ସୁଜିତ କୁମାର ଦାସଙ୍କ କ୍ୱାର୍ଟରରୁ ଚୋରି ହୋଇଛି | ଘଟଣାର ଅନୁସନ୍ଧାନ ପାଇଁ ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁରର ଯାଞ୍ଚ | କୁମ୍ଭାରପଡ଼ା ପୋଲିସ ମଧ୍ୟ ଜାରିରଖିଚି ଛାନଭିନ | ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି |

ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ କଣ ଚୋରି ହୋଇଛି ବର୍ତ୍ତମାନ ସୁଦ୍ଧା ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନି | ଏହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି |

Leave A Reply

Your email address will not be published.