Latest Odisha News

BREAKING NEWS

ଲକଡାଉନରେ ପୋଲିସର ବର୍ବରତା; ମାଡମାରି ୨ କନଷ୍ଟେବଳ ନିଲମ୍ବିତ

କେନ୍ଦୁଝର: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ସବୁଠି ଚାଲିଛି ଲକଡାଉନ । ଏପରିକି ଲକଡାଉନକୁ ସଫଳ କରିବା ଲାଗି ପୋଲିସ ପକ୍ଷରୁ ରାତିଦିନ ପହରା ମଧ୍ୟ ଦିଆଯାଉଛି ।

ଏଭଳି ଏକ ସମୟରେ କେନ୍ଦୁଝର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ବାବୁ ମାଡ ମାରିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ ସମ୍ପୃକ୍ତ ପୋଲିସ ଅଧିକାରୀ ଏବଂ ତାଙ୍କର ୩ ସହଯୋଗୀମାନଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

ଏନେଇ ଟ୍ୱିଟ କରିଛନ୍ତି କେନ୍ଦୁଝର ଏସପି ।

ତେବେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମାଡ ମରାଯାଇଥିବା ବ୍ୟକ୍ତି ଜଣକ ଜଣେ ମଦ ବେପାରୀ । ଲକଡାଉନ ଜାରି ରହିଥିବା ବେଳେ ସ୍ଥାନୀୟ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ମଦ କାରବାର ହେଉଥିବା ଖବର ପାଇ ପୋଲିସ ତାଙ୍କ ଘରେ ଚଢାଉ କରିଥିଲା । ହେଲେ ସେଠାରୁ କିଛି ମିଳିନଥିଲା ।

ପରବର୍ତ୍ତୀ ସମୟରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗ ପରେ କେନ୍ଦୁଝର ପୋଲିସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି ।

Comments are closed.