Latest Odisha News

ଟ୍ୱିନସିଟିରେ ସ୍ଥାପିତ ହେବ ପୋଲିସର ‘ସ୍ପେଶାଲ କ୍ରାଇମ୍ ୟୁନିଟ୍’

ଭୁବନେଶ୍ୱର: ଦିନକୁ ଦିନ ଡ୍ରଗ୍ସ ସ୍ମଗଲିଂ, ସାଇବର କ୍ରାଇମ୍ ଓ ଅନ୍ୟ ଅପରାଧ ଗୁଡିକ ବଢୁଥିବାରୁ ଏକ ‘ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ୍’ ସ୍ଥାପନ କରିବା ଲାଗି କମିଶନରେଟ୍ ପୋଲିସ ଯୋଜନା କରୁଛି ।

ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସ୍ୱତନ୍ତ୍ର କ୍ରାଇମ୍ ୟୁନିଟରେ ୨୫ରୁ ୩୦ ଅଧିକାରୀ ରହିବେ । ଜଣେ ଯୁଗ୍ମ କମିଶନର ତଥା ଡିଆଇଜି ସ୍ତରର ଅଧିକାରୀ ଏହି ୟୁନିଟର ନେତୃତ୍ୱ ନେବେ। ଏହି କ୍ରାଇମ୍ ୟୁନିଟ୍ ବିଶେଷତଃ ଡ୍ରଗ୍ସ ସ୍ମଗଲିଂ, ସାଇବର କ୍ରାଇମ୍ ଓ ଅନ୍ୟ ଅପରାଧ ଗୁଡିକର ସମାଧାନ କରିବେ ।

ଆହୁରି ମଧ୍ୟ ଏହି ପ୍ରସ୍ତାବକୁ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ମଞ୍ଜୁରୀ ଲାଗି ପଠାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.