Latest Odisha News

BREAKING NEWS

ଯାଜପୁରର ତେଲେଙ୍ଗା ସାହିରେ ପୋଲିସର ଅତର୍କିତ ଚଢ଼ାଉ

ଯାଜପୁର: ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ କୋରାଇ ଥାନା ପୁର୍ବକୋଟ ତେଲେଙ୍ଗା ବସ୍ତିରେ ଅତର୍କିତ ଚଢାଉ କରାଯାଇଛି। ଏକ ଡକାୟତି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଯାଜପୁର ଏସ୍‌.ପି ଚରଣସିଂ ମୀନାଙ୍କ ନିର୍ଦ୍ଦେଶରେ ଏକ ସ୍ପେଶାଲ ସ୍କ୍ୱାର୍ଡ ଏହି ଚଢାଉ କରିଛି ।

ଏହି ଚଢାଉ ସମୟରେ ପାଖାପାଖି ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ଏଥିସହିତ ୪ ଜଣଙ୍କୁ ପୋଲିସ ଉଠାଇନେଇ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ଏହି ଚଢାଉ ସ୍କ୍ବାର୍ଡରେ ଯାଜପୁର ରୋଡ ଏସ୍‌.ଡି.ପି.ଓ ଚିନ୍ମୟ ନାୟକଙ୍କ ସମେତ ଅନ୍ୟ ୫ ଜଣ ଅଫିସର ଓ ୧ ପ୍ଲାଟୁନ୍‌ ପୋଲିସ ଫୋର୍ସ ସାମିଲ ଥିଲେ। ତେବେ ଏହି ଚଢାଉ ନେଇ ପୋଲିସ ର କୌଣସି ପ୍ରତିକ୍ରିୟା ଏଯାଏଁ ମିଳିପାରି ନାହିଁ।

Leave A Reply

Your email address will not be published.