Latest Odisha News

କଙ୍ଗନାଙ୍କ ଶୁଟିଂ ସେଟରେ କଂଗ୍ରେସ କର୍ମୀଙ୍କ ଉତ୍ପାତ

ବୈତୁଲ: ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲାରେ କଙ୍ଗନା ରାନାୱତଙ୍କ ଧାକଡ ଫିଲ୍ମ ଶୁଟିଂ ଅବସରରେ କଂଗ୍ରେସ କର୍ମୀମାନେ ବାଧା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଥିଲେ । ପୋଲିସ କଡା ପଦକ୍ଷେପ ଗ୍ରହଣ କରିବା ଫଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଜିଲା ମହିଳା କଂଗ୍ରେସ ଅଧ୍ୟକ୍ଷ ସୀମା ଅତୁଲକରଙ୍କ ସମେତ ଅନ୍ୟ କେତେଜଣ କାର୍ଯ୍ୟକର୍ତା ଆହତ ହୋଇଛନ୍ତି । ତେବେ କଙ୍ଗନା ଶୁଟିଂ ସେଟରେ ଉପସ୍ଥିତ ନ ଥିଲେ । ଶୁକ୍ରବାର କୋଲ ହ୍ୟାଣ୍ଡଲିଂ ପ୍ଲାଂଟ ନିକଟରେ କଂଗ୍ରେସ କର୍ମୀ ମାନେ ପ୍ରଦର୍ଶନ କରିଥିଲେ ।

କୃଷି ଆଇନକୁ ବିରୋଧକୁ ନେଇ କରାଯାଉଥିବା ଆନ୍ଦୋଳନରେ କଙ୍ଗନା କୃଷକଙ୍କୁ ଆତଙ୍କୀ କହି ଟୁଇଟ କରିଥିଲେ । ଏ ନେଇ ସେ କ୍ଷମା ପ୍ରାର୍ଥନା କରନ୍ତୁ ନ ହେଲେ ଶୁଟିଂ କରାଇ ଦେବୁ ନାହିଁ ବୋଲି ଧମକ ଦିଆ ଯାଇଥିଲା । ଏହା ପରେ କଙ୍ଗନା ଶୁଟିଂ ସେଟରେ ପୋଲିସ ସୁରକ୍ଷା କଡାକଡି କରାଯାଇଥିଲା ।

Leave A Reply

Your email address will not be published.