Latest Odisha News

୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବେଆଇନ ବାଣ ଜବତ

ଖାତିଗୁଡା: ଆଗକୁ ଆସୁଛି ଦୀପାବଳି। ବ୍ୟବସାୟ ପାଇଁ  ଗୋଦାମରେ ଗଚ୍ଛିତ ଥିଲା ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ। ବିନା ଅନୁମତିରେ ଗଚ୍ଛିତ ଥିଲା ବାଣ। ଖବର ପାଇ ନବରଙ୍ଗପୁର ଜିଲ୍ଲା ପୋଲିସ୍‌ ଚଢ଼ଉ କରି ସବୁ ବାଣ ଜବତ କରିଛି।

ସୂଚନା ଅନୁଯାୟୀ, ଖାତିଗୁଡା ଗାଁର ସୁରଜ କିଷାନ ମହାନ୍ତି ବହୁ ବାଣ ଗଚ୍ଛିତ ରଖିଥିଲେ। ଏଥିପାଇଁ ସେ ପ୍ରଶାସନଠାରୁ ଅନୁମତି ନେଇନଥିବାରୁ  ଖବର ପାଇ ପୋଲିସ୍‌ ଅଚାନକ ଚଢ଼ାଉ କରିଥିଲା। ଚଢାଉ ବେଳେ ପାର୍ଯ୍ୟାପ୍ତ ବାଣ ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୨୦ ହଜାର ଟଙ୍କା ହେବା ସୂଚନା ମିଳିଛି।  ଜବତ ସହ  ବ୍ୟବସାୟୀଙ୍କ ନାଁରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ସୂଚନା ମିଳିଛି।

Comments are closed.