Latest Odisha News

BREAKING NEWS

ସଟଡାଉନରେ ବିକୁଥିଲେ ମାଛ; ସିଜ୍ କଲା ପୋଲିସ

ବ୍ରହ୍ମପୁର: କରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ବ୍ରହ୍ମପୁର ସହରରେ ଜୁନ୍ ୨୭ରୁ ୪ ଦିଦିନିଆ ସଟଡାଉନ କରାଯାଇଛି। ହେଲେ ସଟଡାଉନ ସମୟରେ ମାଛ ବିକିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ ଏଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଥିବା ସୁରଲା ଏବଂ ସୁମାଣ୍ଡିରୁ ପ୍ରାୟ ୨୦ ଜଣ ମହିଳା ବହୁ ସଂଖ୍ୟାରେ ମାଛ ଭାର ନେଇ ଆଜି ସକାଳେ ଉକ୍ତ ମହିଳା ମାନେ ବଡ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁରର ଜଗବନ୍ଧୁ ସ୍କୋୟାରୁ ହରିଡାଖାଣ୍ଡି ରୋଡରେ ପହଞ୍ଚିଥିଲେ।

ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ଵେ କିଛି ଲୋକ କୋଭିଡ ସଟଡାଉନ ଗାଇଡଲାଇନ ଭାଙ୍ଗି ମାଛ କିଣାକିଣି କରିବା ଆରମ୍ଭ କରିଥିଲେ।

ଖବର ପାଇ ପୋଲିସ ଚଢ଼ାଉ କରିବା ସହ ତଥାକଥିତ ମାଛ ମାର୍କେଟକୁ ବନ୍ଦ କରିବା ସହ ୨ ଜଣଙ୍କୁ ଅଟକ ରଖିଥିବା ସୂତ୍ରରୁ ପ୍ରକାଶ।

ଯଦିଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୁରଲା ଏବଂ ସୁମାଣ୍ଡି ଭଳି ଗ୍ରାମାଞ୍ଚଳର ଲୋକଙ୍କୁ ୧୫ ଦିନ ସହରାଞ୍ଚଳରେ ପ୍ରବେଶ ନକରିବାକୁ ଅନୁରୋଧ କରିଛନ୍ତି, ତଥାପି ଲୋକମାନେ କିପରି କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ଧରି ବ୍ରହ୍ମପୁରରେ ପହଞ୍ଚିବାରେ ସଫଳ ହେଲେ ତାହା ଏବେ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି।

Leave A Reply

Your email address will not be published.