Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୧୫ ହଜାର ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଟିମ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ଲାଞ୍ଚ ନେଉଥିବା ବେଳେ ହଠାତ୍ ମାଡିବସିଲା ଭିଜିଲାନ୍ସ ଟିମ୍ । ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା SI ବିକ୍ରମ କିଶୋର ଦେହୁରୀଙ୍କୁ ଧରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ଗଞ୍ଜେଇ ମାମଲାରେ ଏକ ଗାଡ଼ି ଜବତ କରିଥିଲା ବାଉଁଶୁଣି ଥାନା । ଗାଡିକୁ ରିଲିଜ କରିବା ପାଇଁ SI ବିକ୍ରମ କିଶୋର ଦେହୁରୀ ଗାଡି ମାଲିକ କରୁଣାକର ନାଏକଙ୍କ ଠାରୁ ପୂର୍ବରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ପରେ ଗାଡିକୁ ରିଲିଜ କରିବା ପାଇଁ କରୁଣାକର କୋର୍ଟର ଅର୍ଡର ନେଇ ଆସିଥିଲେ । କିନ୍ତୁ SI ବିକ୍ରମ ଗାଡିକୁ ରିଲିଜ ନ କରି ଆହୁରି ୧୫ ହଜାର ଟଙ୍କା ମାଗିଥିଲେ । ଏନେଇ ବୌଦ୍ଧ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ କରୁଣାକର । ଆଜି SI ବିକ୍ରମ କରୁଣାକରଙ୍କ ଠାରୁ ଉକ୍ତ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ବସିଥିବା ବୌଦ୍ଧ ଭିଜିଲାନ୍ସ ଟିମ୍ ମାଡି ବସିଥିଲା । ତେବେ ଫୋନପେ ଜରିଆରେ ଟଙ୍କା ନେଣଦେଣ କରୁଥିଲେ SI ବିକ୍ରମ । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି ।

 

Leave A Reply

Your email address will not be published.