Latest Odisha News

ଛେଳି ଖୋଜିବାକୁ ପୋଲିସ ଗଲା ୮୦୦ କିଲୋମିଟର ଦୂର

କାଲିଫର୍ଣ୍ଣିଆ: ଆପଣ ନିଶ୍ଚୟ ଏପରି ଅନେକ ମାମଲା ଶୁଣିଥିବେ, ଯେଉଁଥିରେ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ବହୁ କିଲୋମିଟର ଦୂର ଯାଇଥାଏ । ନିକଟରେ କାଲିଫର୍ଣ୍ଣିଆ ପୋଲିସ ଆଠ ଶହ କିଲୋମିଟର ଦୂରତା ଯାତ୍ରା କରିଛି । କିନ୍ତୁ କୌଣସିି ଅପରାଧୀଙ୍କୁ ଧରିବା ପାଇଁ ନୁହେଁ । ବରଂ ନିଖୋଜ ହୋଇଯାଇଥିବା ଗୋଟିଏ ଛେଳିକୁ ଧରିବାକୁ ।

କାଲିଫର୍ଣ୍ଣଆର ଆଣ୍ଡରସନରୁ ଏହି ମାମଲା ସାମ୍ନାକୁ ଆସିଛି । ଗତ ବର୍ଷ ଏପ୍ରିଲରେ ଏଠାକାର ଜେସିକା ଲଙ୍ଗ ନାମକ ଜଣେ ମହିଳା ତାଙ୍କ ଝିିଅକୁ ଗୋଟିଏ ଛେଳି ଉପହାର ଦେଇଥିଲେ । ଛେଳିଟିକୁ ତାଙ୍କ ଝିଅ ଖୁବ୍ ଯତ୍ନର ସହିତ ପାଳିଥିଲେ । ନିକଟରେ ଜେସିକା ଝିଅଠାରୁ ଛେଳିଟିକୁ ଆଣି ବିକ୍ରି କରିଦେଲେ । ଛେଳିକୁ ଝୁରି ଝୁରି ତାଙ୍କ ଝିଅ ଖାଇବା ପିଇବା ବନ୍ଦ କରିଦେଲା । ତା’ପରେ ଜେସିକା ଛେଳିକୁ ବିକ୍ରି କରିଥିବା ମାଲିକଙ୍କଠାରୁ ଫେରାଇ ଆଣିବାକୁ ସ୍ଥିର କଲେ । ପରେ ଜେସିକା ଛେଳିକୁ ଚୋରି କରି ନିଜ ଘରେ ଆଣି ଲୁଚାଇ ରଖିଲେ । ଏନେଇ ଛେଳିର ମାଲିକ ଥାନାରେ ଅଭିଯୋଗ କଲେ । ପରେ ପୋଲିସ ଆଠ ଶହ କିଲୋମିଟର ଦୂରକୁ ଯାଇ ଜେସିକାଠାରୁ ଛେଳି ଆଣି ମାଲିକଙ୍କୁ ଦେଇଥିଲା । ପରେ ମାଲିକ ଏହି ଛେଳିଟିକୁ ହତ୍ୟା କରି ଭୋଜି କରି ଖାଇଦେଇଛନ୍ତି । ଯେତେବେଳେ ଜେସିକା ଏହି ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେ ତାଙ୍କ ବିରୋଧରେ ଏକ ମାମଲା ଦାଏର କରିଛନ୍ତି ।

Comments are closed.