Latest Odisha News

BREAKING NEWS

ବିଲ୍ଡର ଘର ଦେଖି ପୋଲିସ ଡରିଲା, ଘରେ ନ ପଶି ଘର ବାହାରୁ ଫେରିଲା

ଭୁବନେଶ୍ୱର: ଯୌତୁକ ସାମଗ୍ରୀ ସିଜ କରିବାକୁ ଯାଇ ପୋଲିସ ହେଲା ଅପଦସ୍ତ। ବିଲ୍ଡର ଘର ଦେଖି ଭୟରେ ଫେରିଲା ଖାଲି ହାତରେ ! ଘରେ ପଶିବା ତ ଦୂରର କଥା ଘରର ଗେଟ ଖୋଲିବାକୁ ସାହାସ କଲାନି। ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସୂର୍ଯ୍ୟନଗରରେ ଥିବା ବିଲ୍ଡର ପ୍ରିୟବ୍ରତ ମିଶ୍ରଙ୍କ ଘର ସାମ୍ନାରେ।

ସୂଚନା ମୁତାବକ ଗତ ବର୍ଷ ଯୌତୁକ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ ପ୍ରିୟବ୍ରତ ମିଶ୍ର। ଏନେଇ ପ୍ରିୟବ୍ରତ ନେଇଥିବା ଯୌତୁକ ସାମଗ୍ରୀ ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଅଭିଯୋଗକାରିଣୀ ଉପସ୍ଥିତିରେ ମହିଳା ଥାନା ପୋଲିସ ଦଳବଦଳ ସହ ପହଁଚିଥିଲା ପ୍ରିୟବ୍ରତଙ୍କ ଘରେ।

ହେଲେ ବିଲ୍ଡର ବାବୁଙ୍କ ଘରର ଠାଣି ଦେଖି ପୋଲିସ ବି ଆଉ ନିଜ ବର୍ଦ୍ଦିର ଥାଟବାଟ ଦେଖାଇବାକୁ ସାହାସ କରିନଥିଲା। ଶେଷରେ ଘର‌ ବାହାରୁ ଚୁପଚାପ ଖାଲି ହାତରେ ଅଭିଯୋଗକାରିଣୀ ସହ ଫେରିଥିଲେ ଥାନାକୁ।

ତେବେ ଯୌତୁକରେ ନେଇଥିବା ସାମଗ୍ରୀ ଯେପରିକି ଫର୍ଣ୍ଣିଚର,ଗହଣା ,ଗାଡି କୁ ଫେରାଇବା ପାଇ ଅଭିଯୋଗକାରିଣୀ ପୋଲିସ ଠୁ ଆଶା କରିଥିଲେ। ହେଲେ ବିଲ୍ଡର ପ୍ରତି ପୋଲିସର ଭୟ ଦେଖି ଏବେ ଚର୍ଚ୍ଚା ସତରେ କ’ଣ ବିଲ୍ଡର ପ୍ରତି ରହିଛି ଖାକିର ଭୟ ?

ତେବେ ନିଜ କାର୍ଯ୍ୟଶୈଳୀ ପଦାକୁ ଆସିବା ପରେ ପୋଲିସ କହିଛି ଆମେ ତାଙ୍କର ଆକାଉଣ୍ଟ ସିଜ୍ କରିଛୁ ଜିନିଷ ଫେରାଇବା ପାଇଁ ଚେଷ୍ଟା କରୁଛୁ ।ଏନେଇ ଅଭିଯୋଗକାରିଣୀ ସହ କିପରି ତାଙ୍କ ଜିନିଷ ଫେରିପାଇବେ ସେନେଇ ଆମେ ଚେଷ୍ଟା ଜାରି ରଖିଛୁ ଏ ସମ୍ପର୍କରେ କୋର୍ଟକୁ ଜଣାଇବୁ।

Leave A Reply

Your email address will not be published.