Latest Odisha News

BREAKING NEWS

ଥମିବାର ନାଁ ନଉନାହିଁ ଆତଙ୍କୀ ଆକ୍ରମଣ, ପୁଣି ଆତଙ୍କୀଙ୍କ ଆକ୍ରମଣରେ ସୁରକ୍ଷାକର୍ମୀ ଆହତ

ଶ୍ରୀନଗର: ଥମିବାର ନାଁ ନେଉନାହିଁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ଗତ ୩ ଦିନ ମଧ୍ୟରେ ଜାମ୍ମୁର ବିଭିନ୍ନ ସ୍ଥାନରେ ଚତୁର୍ଥ ଥର ପାଇଁ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୁରକ୍ଷାକର୍ମୀ ଚତୁପାଶ୍ୱର୍ରୁ ଆତଙ୍କବାଦଙ୍କୁ ଘେରି ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଗକୁ ଆହୁରି ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ, ପ୍ରଥମେ ରିଆସୀ ତା’ପରେ କଠୁଆ । ଆଉ ଏବେ ଡୋଡା । ଡୋଡୋ ଜିଲ୍ଲାରେ ପୁଣି ଥରେ ଆତଙ୍କୀ ଆକ୍ରମଣ ଘଟଣା ସମ୍ନାକୁ ଆସିଛି । ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ୪ ଜଣିଆ ଏକ ଗୋଷ୍ଠୀ ଡୋଡାର ଏକ ଉଚ୍ଚ ସ୍ଥାନରେ ରହିଥିବା ଖବର ମିଳିଛି । ଏଠାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ । ଡୋଡା ଅଞ୍ଚଳରେ ଭାରତୀୟ ସେନାର ଅସ୍ଥାୟୀ ସଞ୍ଚାଳନ ଆଡ୍ଡା ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଜଣ ଯବାନ ଏବଂ ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଏହାର ପ୍ରତିଉତ୍ତରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ସଂଗଠନର ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ତିନି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀରର ରିଆସୀ ଏବଂ କଠୁଆରେ କ୍ରମାଗତ ଭାବେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ରବିବାର ଦିନ ଜାମ୍ମୁ-କାଶ୍ମୀର ରିଆସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ ହୋଇଥିଲା । ଗୁଳିମାଡରେ ବସଟି ଦୁର୍ଘଟଣାର ଶିକାର ହୋଇ ଏକ ଖାଇରେ ଖସିପଡିଥିବା ବେଳେ ଏଥିରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିଲେ । ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଥିଲା । ଯାହାକୁ ନେଇ ପୁରା ଦେଶ ସ୍ତବ୍ଧ ହୋଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ବହୁ ନେତା ରାଜନେତା ଦୁଃଖ ପ୍ରକାଶ କରିଥିଲେ ।

 

Comments are closed.