Latest Odisha News

BREAKING NEWS

ଯାଜପୁରରେ ରାଜନୈତିକ ହିଂସା, ବହୁ ଆହତ

ଭୁବନେଶ୍ୱର: ଯାଜପୁରରେ ରାଜନୈତିକ ହିଂସାକାଣ୍ଡ। ବିଧାୟକ ହିମାଂଶୁ ଶେଖର ସାହୁ ଏବଂ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସମର୍ଥକଙ୍କ ମଧ୍ୟରେ ପାନ୍ତୁରି ଗ୍ରାମସ୍ଥିତ ଫାର୍ମହାଉସ ନିକଟରେ ଘଟିଥିବା ହିଂସାତ୍ମକ ସଂଘର୍ଷ ପରେ ଧର୍ମଶାଳାରେ ମଧ୍ୟ ଉତ୍ତେଜନା ଦେଖାଦେଇଛି।

ପ୍ରଣବ ବଳବନ୍ତରାୟଙ୍କ ସମର୍ଥକମାନେ ଏକ ସାମାଜିକ ସମାବେଶ ପାଇଁ ଫାର୍ମହାଉସରେ ଏକାଠି ହୋଇଥିବା ସମୟରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି।ଯେଉଁଥିରେ ୧୫ରୁ ଅଧିକ ଗାଡ଼ି ଭଙ୍ଗାରୁଜା କରାଯାଇଥିବା ବେଳେ ଚାରି ଜଣ ସମର୍ଥକ ଗୁରୁତର ଆହତ ହୋଇଥିବା ନେଇ ସେ କହିଛନ୍ତି।

ତେବେ ଆହତ ମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ସାମାନ୍ୟ ଆହତ ହୋଇଥିବା ଅନ୍ୟ ୧୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ମଧ୍ୟ ଜଣାପଡ଼ିଛି। ତେବେ ପୋଲିସ ଧର୍ମଶାଳାରେ ରାଜନୈତିକ ଶତ୍ରୁତାକୁ ନେଇ ହୋଇଥିବା ହିଂସାକାଣ୍ଡର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।

ଅପରପକ୍ଷେ ହିମାଂଶୁ ସାହୁଙ୍କ କାର୍ଯ୍ୟାଳୟ  ତରଫରୁ କୁହାଯାଇଛି ଯେ ସେହି ଅଞ୍ଚଳ ଦେଇ ଯାଉଥିବା ତାଙ୍କ ସମର୍ଥକମାନଙ୍କୁ ବିଜେଡି କର୍ମୀମାନେ ଅଟକାଇ ଆକ୍ରମଣ କରିଥିଲେ। ଏନେଇ ସେମାନେ ଜେନାପୁର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଏହି ଘଟଣାକୁ ନେଇ କୌଣସି ଗିରଫଦାରୀ ହୋଇନଥିବା ଜଣାପଡିଛି।

୨୦୨୪ ନିର୍ବାଚନ ପରଠାରୁ ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା କ୍ଷେତ୍ରରେ ଏପରି ରାଜନୈତିକ ଗଣ୍ଡଗୋଳ ହେବାରେ ଲାଗିଛି।

 

Leave A Reply

Your email address will not be published.