ଗଞ୍ଜାମ: ଚିକିଟିର କଳବାଡ଼ ପଞ୍ଚାୟତ ନୂଆ ମହିଷାଣପୁରରେ ନିର୍ବାଚନୀ ହିଂସା। ବିଜେଡି ବିଜେପି ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି ଏଜେଣ୍ଟଙ୍କୁ ବୁଥରେ ପୁରାଇ ନଦେବାରୁ ଗଣ୍ଡଗୋଳ ହୋଇଥିବା ଖବର ମିଳିଛି। ଏହି ଗଣ୍ଡଗୋଳ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି।
ଅନ୍ୟପଟେ ବିଜେଡିର ଗୁଣ୍ଡାରାଜ ଚାଲିଛି ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଠେଙ୍ଗା ଆକ୍ରମଣରେ ଦୁଇ ଜଣକ ମୁଣ୍ଡ ଫାଟିଛି। ଘଟଣାସ୍ଥଳରେ ବିଜେପି ପ୍ରାର୍ଥୀ ମନୋରଞ୍ଜନ ସାମନ୍ତରାୟ ଉପସ୍ଥିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ବୁଥରେ ବିଜେପିର ଏଜେଣ୍ଟ ନଥିବା କୁହାଯାଉଥିବା ବେଳେ ନିର୍ବାଚନୀ ହିଂସା ଯୋଗୁଁ ଗ୍ରାମରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ସ୍ଥିତି ସ୍ବାଭାବିକ ହୋଇଛି।
Comments are closed.