Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ଜାରି ରହିଛି ୬ଷ୍ଠ ପର୍ଯ୍ୟାୟ ମତଦାନ

କୋଲକାତା: କଡା ସୁରକ୍ଷା ମଧ୍ୟରେ ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟରେ ୪୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଜାରି ହୋଇଛି।

ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ଉତ୍ତର ଦିନାଜପୁର ଏବଂ ନାଦିଆ ଜିଲ୍ଲାର ପ୍ରତ୍ୟେକ ନଅଟି ନିର୍ବାଚନମଣ୍ଡଳୀରେ, ନର୍ଥ ୨୪ ପରଗାନରେ ୧୭ ଟି ଏବଂ ଇଷ୍ଟ ବର୍ଡୱାନରେ ଆଠଟି ନିର୍ବାଚନମଣ୍ଡଳୀରେ ମତଦାନ ହେଉଛି। ଯେଉଁଠାରେ ୧୦,୪୦୯,୯୪୮ ଭୋଟର ୩୦୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ତନ୍ମଧ୍ୟରେ ୨୭ ଜଣ ପ୍ରାର୍ଥୀ ମହିଳା।

ଟିଏମସି ଏବଂ ବିଜେପି ସମସ୍ତ ୪୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିସହିତ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ଇଣ୍ଡିଆନ୍ ସେକ୍ୟୁଲାର୍ ଫ୍ରଣ୍ଟ ମିଳିତ ଭାବେ ସମୟୁକ୍ତ ମୋର୍ଚ୍ଚା ଗଠନ କରି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଏହି ପର୍ଯ୍ୟାୟର ୪୩ଟି ସିଟ୍ ମଧ୍ୟରୁ କଂଗ୍ରେସ ୧୨, ସିପିଆଇ (ଏମ୍) ୨୩, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ୪ଟି ଏବଂ ସିପିଆଇ ଦୁଇଟି ସିଟ୍ ପ୍ରତିଦ୍ବନ୍ଦ୍ବିତା କରୁଛି। ସେହିପରି ବହୁଜନ ସମାଜ ପାର୍ଟି (ବିଏସପି) ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରୁଛି।

Leave A Reply

Your email address will not be published.