ଭୁବନେଶ୍ୱର: ସରିଲା ୨୦୨୪ ନିର୍ବାଚନ। ଦେଶରେ ମୋଟ ୭ ଟି ରାଜ୍ୟରେ ୪ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଉଭୟ ଲୋକସଭା ଓ ବିଧାନସଭାର ଆଜି ଥିଲା ଶେଷ ପରୀକ୍ଷା। ଜୁନ୍ ୪ ରେ ଜଣାପଡ଼ିବ କାହାର ହେବ ଗାଦି? ତେବେ ଏଥର ନିର୍ବାଚନ ସବୁଠୁ ନିଆରା ଥିଲା। ଶାସକ ଓ ବିରୋଧି ଦଳ ମଧ୍ୟରେ ଏଥର ଟକ୍କର ରୋଚକ ଥିଲା। ଏହାରି ଭିତରେ ଅନେକ ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ହୋଇଥିଲେ ମଧ୍ୟ ସବୁଠୁ ବେଶୀ ଅଭିଯୋଗ ଆସିଥିଲା ଇଭିଏମ ତ୍ରୁଟିର। ଆଉ ଇଭିଏମ୍ ତ୍ରୁଟିକୁ ନେଇ ଅନେକ ଜାଗାରେ ହିଂସା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଅନେକ ଜାଗାରେ ଏଥିପାଇଁ ଭୋଟ ଗ୍ରହଣରେ ବିଳମ୍ବ ମଧ୍ୟ ହୋଇଥିଲା। ଏହି କାରଣରୁ ଭିଭିପାଟ୍ ରୁ ଭୋଟିଂ ସ୍ଲିପ ମଧ୍ୟ ବାହାରିଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମତଦାତା।
ତେବେ ଗତଥର ଅପେକ୍ଷା ଏଥର କମ୍ ସଂଖ୍ୟକ ତ୍ରୁଟି ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି ଚଳିତ ନିର୍ବାଚନରେ ଇଭିଏମ୍ ଓ ଭିଭିପାଟରେ ହୋଇଥିବା
ତ୍ରୁଟି ସାମାନ୍ୟ। ଏହା କେବଳ ଖରା ଓ ପାଗ ପାଇଁ ଦେଖା ଦେଇଥିଲା ବୋଲି ସେ ମତ ପ୍ରକାଶ କରିଛନ୍ତି।
ନିର୍ବାଚନ ଅଧିକାରୀଙ୍କ କହିବା ଅନୁଯାୟୀ, ଆଜିର ପର୍ଯ୍ୟାୟରେ ଦିନ ଗୋଟାଏ ସୁଦ୍ଧା ମୋଟ୍ ୧୨୯ ଟି ବାଲଟ ୟୁନିଟ, ୧୮୯ ଟି କଣ୍ଟ୍ରୋଲ ୟୁନିଟ, ଏବଂ ୫୧୫ ଟି ବଦଳାଯାଇଥିଲା। ତେବେ ଏଭଳି ସ୍ଵାଭାବିକ ତ୍ରୁଟି ଭିତରେ ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଅଧିକ ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ ଶେଷ ହୋଇଛି। ଖାଲି ଜୁନ୍ ୪ କୁ ଅପେକ୍ଷା, କ’ଣ ହେବ ଫଳାଫଳ?
BREAKING NEWS
- National Lok Adalat: ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୬୨,୪୮୭ ମାମଲାର ହେଲା ସମାଧାନ
- ପ୍ରଥମ ଟି୨୦: ଭାରତ ପକ୍ଷରୁ ଓପନିଂ କିଏ କରିବ ସେ ନେଇ ଦ୍ୱନ୍ଦ୍ୱରେ ଟିମ ମ୍ୟାନେଜମେଂଟ
- ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ରଚିଲା ଇତିହାସ
- Boost Vocational Education:ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ହେବ ସୁଦୃଢ଼; ଓସେପା ଓ OUAT ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ଏସିଆନ ଗେମ୍ସରେ ଭାରତୀୟ ଆଥଲେଟଙ୍କ ଶ୍ରେଷ୍ଠ ପ୍ରଦର୍ଶନ
- BRICS Summit 2026: ଭାରତ-ଚୀନ୍ ମଧ୍ୟରେ କମିବ ଦୂରତା ? ସୀମା ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ BRICS ସହଯୋଗ ବୃଦ୍ଧି ଉପରେ ମୋଦୀ ଓ ଜିନପିଙ୍ଗଙ୍କ ଗୁରୁତ୍ୱାରୋପ
- ସଚିନଙ୍କ ବିଶ୍ୱରେକର୍ଡ ଭାଙ୍ଗିଲେ ରୁଟ
- ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀଙ୍କ ପର୍ଦ୍ଦାଫାସ; ଟୁନା ହରିଜନ ସହ ୯ ଡକାୟତଙ୍କୁ ବାନ୍ଧିଲା ପୋଲିସ
- ବିନା ଜ୍ୱରରେ ମଧ୍ୟ ହୋଇପାରେ ଡେଙ୍ଗୁ, ଜାଣନ୍ତୁ ଏହାର ଲକ୍ଷଣ
- ଏସିଆ କପ ୨୦୨୭: ଚୂଡାନ୍ତ ହେଲା ସମସ୍ତ ଟିମ

Comments are closed.