ନୂଆଦିଲ୍ଲୀ : ଆଇଏଏସ୍ ଟ୍ରେନିଂ ବେଳେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ । ଜଣେ ଥିଲେ ୨୦୧୫ ମସିହାର ୟୁପିଏସି ଟପ୍ପର ଟିନା ଦାବି ଓ ଅନ୍ୟ ଜଣେ ଦ୍ୱିତୀୟ ଟପ୍ପର ଅଥର ଖାନ । ସକାଳେ ଦୁହିଁଙ୍କର ଟ୍ରେନିଂ ବେଳେ ଦେଖା ହୋଇଥିଲା ଆଉ ସନ୍ଧ୍ୟାରେ ଅଥର ଟିନାଙ୍କୁ ପ୍ରପୋଜ କରିଥିଲେ । ଏମିତି ଭାବରେ ଗଢିଉଠିଥିଲା ଦୁହିଁଙ୍କ ପ୍ରେମ କାହାଣୀ.. । ଜଣେ ହିନ୍ଦୁ ଆଉ ଜଣେ ମୁସଲମାନ କିନ୍ତୁ ଜାତିବାଦକୁ ପଛରେ ପକାଇ ଦୁହେଁ ୨୦୧୮ରେ ବିବାହ କଲେ ଆଉ ଅନେକ ଏମାନଙ୍କ ବିବାହକୁ ଆଦର୍ଶ ବିବାହ ବୋଲି ମଧ୍ୟ କହିଥିଲେ । ବେଶ୍ ଚର୍ଚ୍ଚାରେ ରହିଥିଲେ ଏହି ଯୋଡି । କିନ୍ତୁ ବର୍ତ୍ତମାନ ଟିନା ଓ ଅଥର ଅଲଗା ହେବାକୁ ଯାଉଛନ୍ତି । ଦୁହେଁ ଛାଡପତ୍ର ପାଇଁ ଜୟପୁର ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି । ଆପୋଷ ବୁଝାମଣାରେ ଛାଡପତ୍ର ଦେବା ପାଇଁ ଆବେଦନରେ ଦର୍ଶାଯାଇଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି କଣ ପାଇଁ ସେମାନେ ଛାଡପତ୍ର ନେବାକୁ ଚାହୁଁଛନ୍ତି । ଜଣାପଡିଛି ଯେ ଟିନା ଦାବି କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ନିଜ ନାମରୁ ଖାନ ସାଙ୍ଗିଆ ହଟାଇବା ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଏହି କାରଣରୁ ଅଥର ତାଙ୍କୁ ଇନଷ୍ଟାଗ୍ରାମରେ ଅନଫ୍ରେଣ୍ଡ କରିଦେଇଛନ୍ତି ।
2015 IAS toppers, Tina Dabi and Athar Aamir-ul-Shafi Khan,on Saturday tied knot,and choose their wedding venue at Pahalgam Anantnag..
Tina Dabi along with her parents and relatives arrived in Pahalgam on Friday evening and got married at ‘Pahalgam Club’ on Saturday. pic.twitter.com/P4FZulxRtb
— Danish Rashid (@Danishtantray98) April 8, 2018
ଜଣେ ଦଳିତ ଝିଅ ଟିନା ଦଳିତ ଝିଅ ହୋଇଥିବା ବେଳେ ଅଥର ଜମ୍ମୁ କାଶ୍ମୀରର ପୁଅ । ଦୁହେଁ ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ଦିଲ୍ଲୀରେ ବେଶ୍ ଧୁମ୍ଧାମରେ ସେମାନଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଦୁଇ ସମ୍ପ୍ରଦାୟ ଭିତରେ ବିବାହକୁ ନେଇ ଅନେକ ଏହାକୁ ନେଇ ସମାଲୋଚନା କରିଥିଲେ ମଧ୍ୟ ସେମାନେ ଏ ନେଇ ଚିନ୍ତିତ ନୁହଁନ୍ତି ବୋଲି ସେହି ସମୟରେ ଏହି ଯୋଡି କହିଥିଲେ ।
Comments are closed.