Latest Odisha News

BREAKING NEWS

ପରଲୋକରେ ସୋଶିଆଲ ମିଡିଆର ଚର୍ଚ୍ଚିତ ଚେହେରା ପୁନମ୍ ପାଣ୍ଡେ

ମୁମ୍ବାଇ: ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ସୋଶିଆଲ ମିଡିଆ ହେଉ ଅବା ଟିଭି ପରଦାରେ ଚର୍ଚ୍ଚାରେ ରହୁଥିବା ପୁନମ୍ ପାଣ୍ଡେଙ୍କ ପରଲୋକ । ଏନେଇ ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦିଆଯାଇଛି । ପୁନମଙ୍କ ଏଭଳି ଭାବରେ ଆକସ୍ମିକ ମୃତ୍ୟୁ ଖବର ତାଙ୍କର ସମସ୍ତ ଫ୍ୟାନ୍ସଙ୍କୁ ଚକିତ କରିଛି । ମାତ୍ର ୩୨ବର୍ଷ ବୟସରେ ପୁନମଙ୍କ ମୃତ୍ୟୁ ହୋଇଛି । ଗର୍ଭାଶୟ କର୍କଟ ରୋଗରେ ଦୀର୍ଘ ଦିନ ହେବ ପୀଡିତ ଥିଲେ ପୁନମ୍ । କାନପୁରରେ ତାଙ୍କର ମୃତ୍ୟୁ ହୋଇଛି ।

ପୁନମ୍ ପାଣ୍ଡେଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଏକ ପୋଷ୍ଟରେ ଲେଖାଯାଇଛି ଯେ, “ଆଜିର ଏହି ସକାଳ ଆମ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ । ଆପଣଙ୍କୁ ଅତି ଦୁଃଖର ସହ ଏହା ଜଣାଉଛୁ ଯେ, ଗର୍ଭାଶୟ କର୍କଟ ହେତୁ ଆମେ ଆମର ପ୍ରିୟ ପୁନାମ୍ କୁ ହରାଇଛୁ | ତାଙ୍କ ସହିତ ଯୋଗାଯୋଗ କରୁଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ ଭେଟିଥିଲେ । ଏହି ଦୁଃଖ ସମୟରେ, ଆମେ ଗୋପନୀୟତା ପାଇଁ ଅନୁରୋଧ କରିବୁ। ଆମେ ସେୟାର କରିଥିବା ପ୍ରତ୍ୟେକ ଜିନିଷ ପାଇଁ ଆମେ ତାଙ୍କୁ ସ୍ମରଣ କରିବୁ। ” ଯଦିଓ ଏହି ଇନଷ୍ଟା ପୋଷ୍ଟଟି ଚାରି ଦିନର ପୁରୁଣା ପୋଷ୍ଟ ତଥାପି ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଚକିତ ହୋଇପଡିଛନ୍ତି । ଏହାସହ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ଶାନ୍ତି ପାଇଁ ପାର୍ଥନା କରିଛନ୍ତି ।

ପୁନମ୍ ପାଣ୍ଡେ ଫିଲ୍ମ ‘ନଶା’ ସହିତ ୨୦୧୩ ରେ ବଲିଉଡରେ ଡେବ୍ୟୁ କରିଥିଲେ। ଫେମସ ଟିଭି ରିଆଲିଟି ସୋ ଲକ ଅପରେ ଟି ସାର୍ଟ ଖୋଲିବା କଥା ନେଇ ଚର୍ଚ୍ଚାକୁ ଆସିଥିଲେ ପୁନମ୍ । ସେହିପରି ୨୦୧୧ ବିଶ୍ୱକପ ସମୟରେ ଅଭିନେତ୍ରୀ ପୁନମ ପାଣ୍ଡେ ବି ଭାରତ ଜିତିଲେ ଟପଲେସ ହେବେ କହି ଆଲୋଚନାକୁ ଆସିଥିଲେ । ପୁନମ କହିଥିଲେ ଯଦି ଭାରତ ଯିତେ ତାହେଲେ ସେ ବିନା ପୋଷାକରେ ଫଟୋ ସୁଟ କରିବେ । ପୁନମ୍ ପାଣ୍ଡେଙ୍କୁ ଶେଷ ଥର ପାଇଁ କଙ୍ଗନା ରଣାୱତଙ୍କ ରିଆଲିଟି ସୋରେ ଦେଖିବାକୁ ମିଳିଥିଲା ​।

Leave A Reply

Your email address will not be published.