Latest Odisha News

ଚାଇନିଜ ଆପ୍ସକୁ ଝଟକା, ଡାଉନଲୋକ ହାର କମୁଛି

ନୂଆଦିଲ୍ଲୀ: ଭାରତ ବିପକ୍ଷରେ ସୀମା ବିବାଦ ସୃଷ୍ଟି ଚୀନ ଅସୁବିଧାରେ ପଡିଛି । ରିପୋର୍ଟ ମୁତାବକ ଭାରତରେ ଚାଇନିଜ ପ୍ରଡକ୍ଟକୁ ବୟକଟ କରିବା ଜୋର ଧରିଛି । ଏହାର ପ୍ରଭାବ ଚାଇନିଜ ଆପ୍ସ ଉପରେ ପଡିଛି । ଟିକଟକ, ହ୍ୟାଲୋ, ଲାଇକି ଏବଂ ପବଜୀ ଆପ୍ସର ଲୋକପ୍ରିୟତା କମିଛି । ସେନସର ଟାୱାର ରିପୋର୍ଟ ଅନୁସାରେ ଟିକଟକ ୟୁଜର୍ସ ସଂଖ୍ୟା ଏପ୍ରିଲରେ ୨.୩୫ କୋଟି ଥିବା ବେଳେ ମେ’ରେ ୨.୨୪ କୋଟି ରହିଛି । ସେହିପରି ହ୍ୟାଲୋ ଏପ୍ରିଲରେ ୧.୬୬ରୁ ୧.୪୯କୁ ଖସି ଆସିଛିି ।

ବିଗୋ ଲାଇଭ ଏପ୍ରିଲରେ ୨୫ ଲକ୍ଷ ଥିବାବେଳେ ମେରେ ୨୬ ଲକ୍ଷ ରହିଛି । ଲାଇକ ଆପ୍ ୭୦ ଲକ୍ଷରୁ ୬୭ ଲକ୍ଷକୁ ଖସି ଆସିଛି । ଲୋକପ୍ରିୟ ଗେମ୍ ପବଜୀର ଏପ୍ରିଲରେ ୯୯ ଲକ୍ଷ, ମେରେ ୧.୨୨ କୋଟି ରହିଥିଲା । ଏବେ ଜୁନ ୧ରୁ ୨୪ ମଧ୍ୟରେ ୬୬ ଲକ୍ଷ ଡାଉନଲୋଡ କରାଯାଇଛି । ବଡ ବଡ ସଂସ୍ଥା ମଧ୍ୟ ଚାଇନିଜ ଆପ ଏବଂ କମ୍ପାନୀକୁ ବିଜ୍ଞାପନ ଦେବା କମାଇ ଦେଇଛନ୍ତି ।

Leave A Reply

Your email address will not be published.