Latest Odisha News

BREAKING NEWS

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ, କ୍ଲବକୁ ଫାଇନ୍

ଭୁବନେଶ୍ୱର: କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)ର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ରାଜଧାନୀର ଏକ ଲୋକପ୍ରିୟ କ୍ଲବକୁ ଫାଇନ୍ କରିଛନ୍ତି।

ବିଏମସିର ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁରରେ ଥିବା ଏମ୍ବାସୀ କ୍ଲବ ଆଣ୍ଡ ସ୍କାଏ ଲାଉଞ୍ଜକୁ ବହୁ ସଂଖ୍ୟାରେ ଲୋକଙ୍କ ସମାବେଶ ଏବଂ ମାସ୍କ ନ ପିନ୍ଧିବା ଅଭିଯୋଗରେ ୧୦,୦୦୦ ଟଙ୍କା ଜୋରିମାନା କରାଯାଇଛି।

ଆସିଷ୍ଟାଣ୍ଟ କମିଶନର ଲିଲନ ପ୍ରସାଦ ସାହୁଙ୍କ ନେତୃତ୍ବରେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ କ୍ଲବ ଉପରେ ଚଢ଼ାଉ କରିବା ସହ ନିୟମ ଉଲ୍ଲଙ୍ଘନ ‌ନକରିବାକୁ ଚେତାବନୀ ଦେଇଛନ୍ତି।

Comments are closed.