Latest Odisha News

BREAKING NEWS

ଦୂରଦର୍ଶନରେ ପୁନଃ ପ୍ରସାରଣ ହେବ ରାମାୟଣ !

ନୂଆଦିଲ୍ଲୀ: ରାମାୟଣ ଭଳି ପପୁଲାର ଟିଭି ସୋ’କୁ ପୁନଃ ପ୍ରସାରଣ କରିବ ଦୂରଦର୍ଶନ । କରୋନା ମହାମାରୀରେ ସୁଟିଂ ବନ୍ଦ ଥିବାରୁ ଅନେକ ଟିଭି ଚ୍ୟାନେଲ ଏବେ ପୁରୁଣା କଣ୍ଟେଣ୍ଟକୁ ଫେରୁଛନ୍ତି ।

ଶୁକ୍ରବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଏକ ଟୁଇଟ୍ ଜରିଆରେ ଦୂରର୍ଶନରେ ପପୁଲାର ସୋ ରାମାୟଣ ପୁନଃ ପ୍ରସାରଣ ହେବା ନେଇ ସୂଚନା ଦେଇଛନ୍ତି । ଶନିବାରଠୁ(28-03-2020) ସକାଳ ୯ଟାରେ ଗୋଟିଏ ଏପିସୋଡ ଓ ରାତି ୯ଟାରେ ଆଉ ଏକ ଏପିସୋଡ ପ୍ରସାରଣ ହେବ ।

୧୯୮୭ରେ ପ୍ରଥମ ଥର ପାଇଁ ରାମାନନ୍ଦ ସାଗରଙ୍କ ଟିଭି ସୋ’ ରାମାୟଣ ଛୋଟ ପରଦାକୁ ଆସିଥିଲା । ସମୟ ବିତିବା ସହ ଏହି ସୋ’ ଅନେକଥର ପୁନଃ ପ୍ରସାରଣ ବି ହୋଇଥିଲା ।

ନିକଟରେ ରାମାୟଣ ଟିଭି ସିରିଜର କାଷ୍ଟ ଦ କପିଲ ଶର୍ମା ସୋ’ରେ ଆମନ୍ତ୍ରିତ ହୋଇଥିଲେ । ଏହି ଅବସରରେ ତିନି ଜଣ ଲିଡ୍ ଆକ୍ଟର ଅରୁଣ ଗୋଭିଲ୍‌(ରାମ), ଦୀପିକା ଚିଖାଲିୟା(ସୀତା) ଓ ସୁନୀଲ ଲେହରି(ଲକ୍ଷ୍‌ମଣ) ସୁଟିଂ ସମୟରେ ଅନେକ ଅଭୁଲା ସ୍ମତିକୁ ବଖାଣିଥିଲେ ।

ଅଭିନେତ୍ରୀ ଦୀପିକା କହିଥିଲେ.. ଏହି ସୋ’ର ପପୁଲାରିଟିକୁ ସେ ବିଶ୍ୱାସ କରିପାରିନଥିଲେ । ତେବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସେମାନଙ୍କୁ ଫେଲିସିଟେଟ୍ କରିବା ପରେ ସେ ରାମାୟଣ ର ପପୁଲାରିଟିକୁ ଜାଣିପାରିଥିଲେ ।

ରାମାୟଣ ପ୍ରସାରଣ ହେବା ନେଇ ସରକାରୀ ନିର୍ଦ୍ଦେଶ ମିଳିଥିଲାବେଳେ ମହାଭାରତ ବି ପୁନଃ ପ୍ରସାରଣ ହେବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.