ଡେରାଡୁନ: ଆଜି ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ଉତ୍ତରାଖଣ୍ଡର କେଦାରନାଥ ଧାମର କବାଟ। ପୂରା ବିଧି ବିଧାନ ଅନୁଯାୟୀ କବାଟ ଖୋଲାଯାଇଛି। ମନ୍ଦିରର କବାଟ ଖୋଲିବା ମାତ୍ରେ ହର ହର ମହାଦେବ ଧ୍ୱନିରେ ଦ୍ୱାରା ସମଗ୍ର ପରିବେଶ ଭକ୍ତମୟ ହୋଇଯାଇଥିଲା। ସେହିପରି ଆଜି ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କବାଟ ମଧ୍ୟ ଖୋଲିଛି । କୁହାଯାଉଛି ଯେ ମନ୍ଦିର ସାଜସଜ୍ଜାପାଇଁ ପ୍ରାୟ ୪୦ କ୍ୱିଣ୍ଟାଲରୁ ଅଧିକ ଫୁଲ ବ୍ୟବହାର କରାଯାଇଛି। ସେପଟେ ଆସନ୍ତା ୧୨ ତାରିଖରେ ଖୋଲିବା ବାବା ବଦ୍ରିନାଥଙ୍କ ଧାମର କବାଟ ।
କେଦାରନାଥ ମନ୍ଦିରର ମୁଖ୍ୟ ପୁରୋହିତଙ୍କ କହିବା ଅନୁସାରେ, ସକାଳ ପ୍ରାୟ ୭ଟା ସମୟରେ ଭକ୍ତମାନଙ୍କ ପାଇଁ କେଦାରନାଥ ଧାମର ଦ୍ୱାର ଖୋଲା ଯାଇଥିଲା। ମନ୍ଦିରର କବାଟ ଖୋଲିବା ପରେ ବାବାଙ୍କର ପ୍ରଥମ ପୂଜା ପୂରା ଭକ୍ତିରେ କରାଯାଇଥିଲା। ଭକ୍ତମାନେ ମନ୍ଦିର ବାହାରେ ଭୋଲେନାଥ କି ଜୟ, ହର ହର ମହାଦେବଙ୍କ ଭଳି ନାରା ଦେଉଥିବାର ନଜର ଆସିଥିଲେ। ବିଭିନ୍ନ ରାଜ୍ୟରୁ ଭକ୍ତମାନେ ବାବାଙ୍କୁ ଦେଖା କରିବାକୁ କେଦାରନାଥ ଧାମରେ ପହଞ୍ଚିଛନ୍ତି। ଏଥିସହିତ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାବାଙ୍କ ଏକାଦଶ ଜ୍ୟୋର୍ତିଲିଙ୍ଗ ଏହି ଧାମରେ ବିରାଜମାନ।
ହିନ୍ଦୁମାନଙ୍କର ପ୍ରମୁଖ ତୀର୍ଥ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି କେଦାରନାଥ ଧାମ । ଉତ୍ତରାଖଣ୍ଡରେ ଏହାର ଅବସ୍ଥିତି ହୋଇଥିବା ବେଳେ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଭାରତର ବିଭିନ୍ନ ରାଜ୍ୟରୁ ମହାଦେବଙ୍କ ଦର୍ଶନ ପାଇଁ ଏଠାକୁ ଆସନ୍ତି । ଭୂପୃଷ୍ଟରୁ ଅତି ଉଚ୍ଚରେ ଏହାର ଅବସ୍ଥିତି ହୋଇଥିବାରୁ ବଦଳୁଥିବା ପାଣିପାଗକୁ ଧ୍ୟାନରେ ରଖି ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ବର୍ଷରେ ମାତ୍ର ୬ମାସ ପାଇଁ ମନ୍ଦିର ଖୋଲାଯାଏ । ଏପ୍ରିଲ ଶେଷ ତଥା ମେ ଆରମ୍ଭରୁ ମନ୍ଦିର ଖୋଲାଯାଇଥାଏ ଭକ୍ତ ମାନଙ୍କ ପାଇଁ । ଏହାବ୍ୟତୀତ ଅନ୍ୟାନ୍ୟ ସମୟରେ ଅତ୍ୟଧିକ ବରଫାବୃଷ୍ଟି କାରଣରୁ ସାଧାରଣ ଦର୍ଶନ ପାଇଁ ଦ୍ଵାର ବନ୍ଦ ରଖାଯାଏ ।
Comments are closed.