Latest Odisha News

୫୦ ପଇସା ଫେରାଇଲାନି ପୋଷ୍ଟ ଅଫିସ୍, ଏବେ ଦେବ ୧୫ ହଜାର

ଚେନ୍ନାଇ: ଗ୍ରାହକଙ୍କୁ ୫୦ ପଇସା ନ ଫେରାଇବାରୁ କ୍ଷତିପୂରଣ ବାବଦରେ ଏକ ପୋଷ୍ଟ ଅଫିସକୁ ୧୫ ହଜାର ଟଙ୍କା ଫାଇନ ଦେବାକୁ ପଡିଛି। ଚେନ୍ନାଇର ଗିରୁଗମ୍ବାକ୍କମର ବାସିନ୍ଦା ମନସା ଡିସେମ୍ବର ୨୦୨୩ରେ ଚିଠି ପୋଷ୍ଟ କରିବାକୁ ପୋଲିଚାଲୁର ଡାକଘରକୁ ଯାଇଥିଲେ।

ଡାକଘର ଫି ୨୯.୫୦ ଟଙ୍କା ଥିଲା କିନ୍ତୁ ସେ ୩୦ ଟଙ୍କା ଦେଇଥିଲେ। ଯେତେବେଳେ ସେ କ୍ଲର୍କ ଙ୍କୁ ୫୦ ପଇସା ମାଗିଥିଲେ। ସେତେବେଳେ କ୍ଲର୍କ କହିଥିଲେ ଯେ ସିଷ୍ଟମ ୩୦ ଟଙ୍କାକୁ ଅଟୋମେଟିକ ରାଉଣ୍ଡ ଅଫ୍ କରିନିଏ ତେଣୁ ୫୦ ପଇସା ଫେରସ୍ତ କରାଯାଇପାରିବ ନାହିଁ। ମାନସା ଏହାକୁ ବିରୋଧ କରି ୟୁପିଆଇ ମାଧ୍ୟମରେ ଦେବାକୁ କହିଥିଲେ କିନ୍ତୁ ପୋଷ୍ଟ ଅଫିସର କର୍ମଚାରୀ ବୈଷୟିକ ସମସ୍ୟା ଦର୍ଶାଇ ଟଙ୍କା ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହା ପରେ ମନସା ଗ୍ରାହକ ଆୟୋଗରେ ଅଭିଯୋଗ କରିଥିଲେ।

ଗ୍ରାହକ ଆୟୋଗ ଏହି ମାମଲାରେ ନିଜ ରାୟ ପ୍ରକାଶ କରିଛନ୍ତି୲ ମାନସା ଏହି ଶୁଣାଣୀ ସମୟରେ କହିଛନ୍ତି ଯେ ରାଉଣ୍ଡ ଅଫ୍ ନିୟମ ଗ୍ରାହକଙ୍କ ଅଧିକାରର ଉଲ୍ଲଂଘନ ଅଟେ। ଏହାସହ ପୋଷ୍ଟ ଅଫିସ କର୍ମଚାରୀ କହିଛନ୍ତି ଯେ ଡିଜିଟାଲ ପେମେଣ୍ଟରେ ସମସ୍ୟା ପାଇଁ ଏହା ବନ୍ଦ କରାଯାଇଥିଲା।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଗ୍ରାହକ ଆୟୋଗ କହିଛନ୍ତି ଯେ ସଫ୍ଟୱେର୍ ଖରାପ କାରଣରୁ ଅଧିକ ମୂଲ୍ଯ ନିଆଯାଇଛି, ଯାହା ଗ୍ରାହକ ସୁରକ୍ଷା ଆଇନ ଅନୁଯାୟୀ ଅନୁଚିତ ଅଟେ। ୫୦ ପଇସା ବଦଳରେ ୧୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଆୟୋଗ ଡାକ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.