Latest Odisha News

BREAKING NEWS

ଭୟଙ୍କର ଭୂମିକମ୍ପରେ ଥରିଲା ମରକ୍କୋ: ଶତାଧିକ ମୃତ, ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ

ନୂଆଦିଲ୍ଲୀ : ଭୟଙ୍କର ଭୂମିକମ୍ପରେ ଥରିଲା ମରକ୍କୋ । ମରକ୍କୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି  । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ ହୋଇଛି  । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଭୂମିକମ୍ପ ହୋଇଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି  ।  ଭୂମିକମ୍ପ ଯୋଗୁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ବହୁ ବଡ ବଡ କୋଠା ମଧ୍ୟ ଭୁଶୁଡି ପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶର ଦକ୍ଷିଣ-ପଶ୍ଚିମର ୭୧ କିଲୋମିଟର ଦୂରରେ କେନ୍ଦ୍ରୀଭୂତ । ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ସୂଚନା ମିଳିଛି  ।

ଭୂକମ୍ପ ସମୟରେ କିଛି ସମୟ ପାଇଁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିବାବେଳେ, ଟେଲିଫୋନ୍ ରେ ନେଟୱାର୍କ ମଧ୍ୟ କଟିଯାଇଥିଲା ।  ସମସ୍ତେ ଭୟବିତ ଅବସ୍ଥାରେ ଘର ବାହାରକୁ ବାହାରି ଆସିଥିଲେ । ଏହି ଭୂକମ୍ପ ଅନେକଙ୍କୁ ବାସହରା କରିଦେଇଥିବାବେଳେ, ଯେଉଁମାନେ ବର୍ତି ଯାଇଛନ୍ତି ସେମାନେ ବି ଘର ଭିତରକୁ ଯିବାକୁ ସାହାସ କରିପାରୁନାହାନ୍ତି । ରାସ୍ତାକଡରେ ବସିରହିଥିବାର ଦେଖିବାକୁ ମିଳିଛି । ତେବେ ଆଜି ପର୍ଯ୍ୟନ୍ତ ଏହା ଦେଶରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି ମରକ୍କୋ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ କରିଛି। ଏପଟେ ଜୋରସେୋରରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Comments are closed.