Latest Odisha News

BREAKING NEWS

ସୁଶାନ୍ତଙ୍କ ସହ ଜଡିତ ଏହି ବଡ଼ ଘଟଣାର ଖୁଲାସା କଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଶନିବାର ଦିନ ଟ୍ୱିଟ ମାଧ୍ୟମରେ ଏକ ଚଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କରେ ଏକ ଖୁଲାସା କରିଛନ୍ତି। ବଲିଉଡର ଏହି ଅଭିନେତାଙ୍କ ରହସ୍ୟମୟ ମୃତ୍ୟୁରେ ସିବିଆଇ, ଇଡି ଏବଂ ଏନସିବି ଅଧିକାରୀମାନେ ବିଭିନ୍ନ ଦିଗ ଅନୁସନ୍ଧାନ କରୁଥିବା ବେଳେ ଅଗ୍ନିହୋତ୍ରୀ ପ୍ରକାଶ କରିଛନ୍ତି ଯେ ଜଣେ ଶକ୍ତିଶାଳୀ ବଲିଉଡ ତାରକା ସୁଶାନ୍ତଙ୍କ ଅଭିନୟ କ୍ୟାରିୟର ଶେଷ କରିବାକୁ ଧମକ ଦେଇଥିଲେ।

ଘଟଣାର ସବିଶେଷ ତଥ୍ୟ ପ୍ରକାଶ କରି ଫିଲ୍ମ ନିର୍ମାତା କହିଛନ୍ତି ଯେ, କୌଣସି କାରଣରୁ ସୁଶାନ୍ତ ଜଣେ ଅଭିନେତାଙ୍କ ସହ ମୁହାଁମୁହିଁ ହୋଇଥିଲେ, ଯାହାକୁ କି ଉକ୍ତ ପାୱାରଫୁଲ ‘ବଲିଉଡ ଷ୍ଟାର’ ଜଣଙ୍କ ଆରମ୍ଭ କରିଥିଲେ। ଏହା ଷ୍ଟାର ଜଣଙ୍କ ସୁଶାନ୍ତଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ମଧ୍ୟ ଧମକ ଦେଇଥିଲେ।

ଅଗ୍ନିହୋତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇ ପୋଲିସ ସେହି ‘ଶକ୍ତିଶାଳୀ ତାରକା’କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ଏବଂ ରିୟା ଚକ୍ରବର୍ତ୍ତୀ କେବଳ ସେମାନଙ୍କ ପାଇଁ ଏକ ମୋହରା ମାତ୍ର। ମାତ୍ର ବିବେକ ନିଜ ପୋଷ୍ଟରେ ସେହି ‘ଶକ୍ତିଶାଳୀ ବଲିଉଡ ଷ୍ଟାର’ର ନାମ ପ୍ରକାଶ କରି ନାହାଁନ୍ତି।

Comments are closed.