Latest Odisha News

BREAKING NEWS

ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବେ ପ୍ରଭାସ ଓ ଦୀପିକା

ମୁମ୍ବାଇ: ଜୁଲାଇରେ ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ-ଷ୍ଟାରର ଆଗାମୀ ଚଳଚ୍ଚିତ୍ର ‘କେ’କୁ ନେଇ ଘୋଷଣା କରାଯାଇଥିଲା। ବର୍ତ୍ତମାନ ନିର୍ମାତାମାନେ ନଭେମ୍ବରରୁ ମୁଖ୍ୟ ଅଭିନେତା ପ୍ରଭାସ ଏବଂ ଦୀପିକାଙ୍କ ସହ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ସୂଚନା ମିଳିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ନାଗ୍‌ ଅଶ୍ୱିନ।

ପ୍ରୋଜେକ୍ଟ କେରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବେ ପ୍ରଭାସ ଏବଂ ଦୀପିକା ପାଦୁକୋନ୍। ଖୁବ୍‌ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ। ଖବର ଅନୁଯାୟୀ, ଫିଲ୍ମର ସୁଟିଂ ନଭେମ୍ବରରେ ପୁରା କାଷ୍ଟ ସହିତ ଆରମ୍ଭ ହେବ।ନିର୍ମାତାମାନେ ୨୦୨୨ ଶେଷ ସୁଦ୍ଧା ପ୍ରୋଜେକ୍ଟ କେ ଶେଷ କରିବାକୁ ଆଶା କରୁଛନ୍ତି।

Comments are closed.