ମାଡ୍ରାସ:କରୋନା ଭାଇରାସ ନେଇ କେତେକ ସେଲିବ୍ରେଟିଙ୍କୁ ଛାଡିଦେଲେ ଅନ୍ୟମାନେ ପ୍ରଶଂସନୀୟ ପଦକ୍ଷେପ ନେଉଛନ୍ତି । ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ବାହୁବଳୀ ଷ୍ଟାର ପ୍ରଭାସଙ୍କ ନିକଟରେ । ପ୍ରଭାସ ତାଙ୍କର ଏକ ଫିଲ୍ମ ଶୁଟିଂ ନେଇ ବିଦେଶ ଯାଇଥିଲେ । ସେଠାରୁ ସେ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପାଇଁ ନିଷ୍ପତି ନେଇଥିଲେ । ଭାରତରେ ପହଂଚିବା ପରେ ସେ ସରକାରଙ୍କ ନିୟମ ଅନୁସାରେ ୧୫ ଦିନ ପାଇଁ ଏକାନ୍ତବାସରେ ରହିବା ପାଇଁ ନିଷ୍ପତି ନେଇଛନ୍ତି ।
ମୁଁ ସୁରକ୍ଷିତ ଫେରି ଆସିଛି । ଆପଣମାନଙ୍କ ସୁରକ୍ଷିତ ପାଇଁ ଏକାନ୍ତବାସରେ ରହୁଛି । ତାଙ୍କର ଏହି ମେସେଜକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ସେ ଏହା ପୂର୍ବରୁ ସତର୍କ, ସୁରକ୍ଷିତ ଓ ସଚେତନ ରହିବା ସହ ଗୁଜବଠାରୁ ଦୂରେଇ ରହିବା ପାଇଁ ପ୍ରଶଂସକଙ୍କୁ ପରାମର୍ଶ ଦେଇଥିଲେ ।
Comments are closed.