Latest Odisha News

ପ୍ରଭାସଙ୍କ ୨୫ତମ ଫିଲ୍ମର ନାମ ସ୍ପିରିଟ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ପ୍ରଭାସ ତାଙ୍କ କ୍ୟାରିୟରର ୨୫ତମ ଫିଲ୍ମର ନାମ ଘୋଷଣା କରିଛନ୍ତି । ବାହୁବଳୀ ଫେମ ପ୍ରଭାସଙ୍କ ଆଗାମୀ ଫିଲ୍ମର ନାମ ସ୍ପିରିଟ ରଖାଯାଇଛି । ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ହିନ୍ଦୀ, ଜାପାନୀ, ଚାଇନିଜ ଓ କୋରିଆ ଭାଷାରେ ଏହି ଫିଲ୍ମ ରିଲିଜ ହେବ । ଟି ସିରିଜ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ସନ୍ଦୀପ ଭାଙ୍ଗା ଦେଉଛନ୍ତି ।

ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂତନ ଶୈଳୀର ଫିଲ୍ମ ହେବ । ମୋର ଦୃଢ଼ ବିଶ୍ୱାସ ଦର୍ଶକଙ୍କୁ ଏହା ପସନ୍ଦ ଆସିବ । ନବରାତ୍ରୀ ଅବସରରେ ପ୍ରଭାସ ଫିଲ୍ମର ନାମ ଘୋଷଣା କରି ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଭରିଛନ୍ତି । ଆସନ୍ତା ବର୍ଷ ଏହା ରିଲିଜ କରିବା ପାଇଁ ଯୋଜନା ଚାଲିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.