Latest Odisha News

BREAKING NEWS

ବିବାହ କରିବେ ବାହୁବଳୀ ପ୍ରଭାସ ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥି

ମୁମ୍ବାଇ : ଖୁବ୍‍ଶୀଘ୍ର ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧି ହେବେ ବାହୁବଳୀ ପ୍ରଭାସ। ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ମୁକ୍ତିଲାଭ ପରେ ସେ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏକ ରିପୋର୍ଟ ଅନୁଯାୟୀ, ‘ସାହୋ’ର ମୁକ୍ତିଲାଭ ପରେ ଆମେରିକାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅଙ୍କୁ ବିବାହ କରିପାରନ୍ତି ପ୍ରଭାସ ।

ଏନେଇ ପ୍ରଭାସଙ୍କ ପକ୍ଷରୁ କୌଣସି ବୟାନ ମିଳିନାହିଁ। ପୂର୍ବରୁ ବିଭିନ୍ନ ସାକ୍ଷାତକାର ସମୟରେ ପ୍ରଭାସଙ୍କୁ ବିବାହ ବିଷୟରେ ପ୍ରଶ୍ନ କରାଗଲେ ସେ ଏହାକୁ ନିଜର ବ୍ୟକ୍ତିଗତ ବିଷୟ କହି ଏଡାଇ ଦିଅନ୍ତି ।

ପୂର୍ବରୁ ମଧ୍ୟ ପ୍ରଭାସଙ୍କ ବିବାହକୁ ନେଇ ଅନେକ କଳ୍ପନା ଜଳ୍ପନା ଉଙ୍କି ମାରିଥିଲା। ଅଭିନେତା ଚିରଞ୍ଜୀବୀଙ୍କ ଭାଣିଜୀ ନିହାରିକାଙ୍କ ସହ ପ୍ରଭାସ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା ।

ହ୍ୟାଣ୍ଡସମ ପ୍ରଭାସଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇସାରିଛି। ‘ବାହୁବଳୀ-୨’ର ସଫଳତା ପରେ ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ମଧ୍ୟ ଶୁଣିବାକୁ ମିଳିିଥିଲା। ଏପରିକି ଦୁହିଁଙ୍କ ନିର୍ବନ୍ଧ ହୋଇଯାଇଥିବା ସୂଚନା ମିଳିଥିଲା।

ମାତ୍ର ଦୁଇ କଳାକାର ଏସବୁ ଖବରକୁ ଖଣ୍ଡନ କରି ଦୁହେଁ କେବଳ ଭଲ ବନ୍ଧୁ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ର ‘ସାହୋ’ ଅଗଷ୍ଟ ୩୦ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ଶ୍ରଦ୍ଧା କପୁର ପ୍ରଭାସଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଛନ୍ତି।

Leave A Reply

Your email address will not be published.