Latest Odisha News

BREAKING NEWS

ପ୍ରଭସିମ୍ରନଙ୍କ ଶତକ ସତ୍ୱେ ଦିଲ୍ଲୀ ସମ୍ମୁଖରେ ୧୬୮ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ ୧୬୮ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ଏହି ମ୍ୟାଚରେ ପ୍ରଭସିମ୍ରନ ସିଂ ଆକର୍ଷଣୀୟ ଶତକ ହାସଲ କରିବା ସତ୍ୱେ ଦଳ ବଡ ଟାର୍ଗେଟ ଦେବାରେ ବିଫଳ ହୋଇଥିଲା । ପ୍ରଭସିମ୍ରନ ୬୫ ବଲରେ ୧୦ ଚୌକା ଓ ୬ ଛକା ସହାୟତାରେ ୧୦୩ ରନ କରିଥିଲେ । ସାମ କୁରାନ(୨୦ ରନ) ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଦିଲ୍ଲୀ ପକ୍ଷରୁ ଈଶାନ୍ତ ଶର୍ମା ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ୧୧ ମ୍ୟାଚରୁ ୮ ପଂଏଟ ହାସଲ କରି ପ୍ଲେଅଫ ଦୌଡରୁ ବାଦ ପଡିସାରିଛି ।

ଅପରପକ୍ଷରେ ପଞ୍ଜାବ ୧୧ ମ୍ୟାଚରେ ୧୦ ପଂଏଟ ହାସଲ କରିଥିବାରୁ ଏବେ ବି ସେମାନଙ୍କ ନିକଟରେ ପ୍ଲେ ଅଫ ପ୍ରବେଶ ସୁଯୋଗ ରହିଛି । ଦଳ ବାକିତକ ମ୍ୟାଚରେ ବିଜୟ ହାସଲ କଲେ ଏହି ସମ୍ଭାବନା ଉଜ୍ଜୀବୀତ ରହିବ । ଯଦି ଗୋଟିଏ ବି ମ୍ୟାଚରେ ହାରେ ତାହେଲେ ଏହି ଦୌଡରୁ ବାଦ ପଡିବ । ଦିଲ୍ଲୀ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.