Latest Odisha News

BREAKING NEWS

ଅଶୁଭ ଦୁର୍ଗ: ଆତ୍ମହତ୍ୟା ପାଇଁ ଉସୁକାଇଥାଏ

ମୁମ୍ବାଇ: ମହାରାଷ୍ଟ୍ରର ମାଥେରନ ଓ ପନବେଲ ମଧ୍ୟରେ ରହିଛି ଅଭିଷପ୍ତ ଦୁର୍ଗ । ସେଠାକୁ ପ୍ରାୟତଃ ଏକୁଟିଆ କେହି ଯାଆନ୍ତି ନାହିଁ । ଏହି ଦୁର୍ଗ ଉପରକୁ ଗଲେ ଏହା ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥାଏ । ଦୁର୍ଗଟି ୨୩୦୦ ଫୁଟ ଉଚ୍ଚର ଏକ ପାହାଡ ଉପରେ ନିର୍ମିତ । କଳାୱନ୍ତି ନାମରେ ଖ୍ୟାତି ଲାଭ କରିଥିବା ଏହି ଦୁର୍ଗ ଦିନବେଳା ଆକର୍ଷଣୀୟ ଲାଗିଥାଏ । ମାତ୍ର ରାତି ହୋଇଗଲେ ଭୟଙ୍କର ପରିବେଶ ସୃଷ୍ଟି ହୋଇଯାଏ । ସେଥିପାଇଁ ସନ୍ଧ୍ୟା ପରେ ଏଠାକୁ ଯିବା ମନା ।

ଏଠାରେ ପାହାଡକୁ କଟାଯାଇ ପାହଚ କରାଯାଇଛି । ଏହି ଶିଢ଼ିରେ ରେଲିଂ କିମ୍ବା ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଅନେକ ଲୋକ ଗୋଡ ଖସିବା ପାହଡ ତଳେ ପଡି ମୃତ୍ୟୁବରଣ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅତୃପ୍ତ ଆତ୍ମା ଆତ୍ମହତ୍ୟା କରିବା ପାଇଁ ଉସୁକାଇଥାଏ । ପ୍ରଥମେ ଏହି ଦୁର୍ଗର ନାମ ମୁରଜାନ ଥିଲା । ଛତ୍ରପତି ଶିବାଜୀଙ୍କ ସମୟରେ ଏହାର ନାମ ବଦଳାଯାଇ କଳାୱନ୍ତି କରାଯାଇଥିଲା ।

Leave A Reply

Your email address will not be published.