Latest Odisha News

BREAKING NEWS

ମହାମାରୀ ସମୟରେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ହେଲେ ନିୟମିତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ବିପର୍ଯ୍ୟୟର କାରଣ ହୋଇଛି। ଲୋକେ ଶାରୀରିକ ଏବଂ ମାନସିକ ସ୍ତରରେ ଅନେକ କ୍ଷତି ସହୁଛନ୍ତି। କେବେ ସ୍ଥିତି ସ୍ବାଭାବିକ ହେବ ତାହାର କୌଣସି ଚିହ୍ନବର୍ଣ୍ଣ ନାହିଁ।

ତଥାପି, ଏହି ସବୁ ସମସ୍ୟା ମଧ୍ୟରେ ଆମକୁ ଆଗକୁ ବଢିବା ଲାଗି ଚେଷ୍ଟା କରିବାକୁ ପଡ଼ିବ। ସେଥିପାଇଁ ଆମକୁ ଦରକାର ସୁସ୍ଥ ଜୀବନଶୈଳୀ। ସୁସ୍ଥ ଜୀବନଶୈଳୀ ବଞ୍ଚିବା ପାଇଁ ହେଲେ ଆମକୁ ଆମର ଦୈନନ୍ଦିନ କାର୍ଯ୍ୟରେ ଯୋଗକୁ ସାମିଲ୍‌ କରିବା ଅତ୍ୟନ୍ତ ଜରୁରୀ। ଯୋଗ ଅଭ୍ୟାସ ଆମକୁ ଶାରୀରିକ ଏବଂ ମାନସିକ ଉଭୟ ସ୍ତରରେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

“ଯେଉଁମାନେ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି, ସେମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଉପଯୁକ୍ତ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ନିଦ ବ୍ୟତୀତ ଯୋଗଭ୍ୟାସ ଏହି ପ୍ରକ୍ରିୟାରେ ସାହାଯ୍ୟ କରିବା ପାଇଁ ଏକ ଉତ୍ତମ ଉପାୟ ହୋଇପାରେ ବୋଲି ପୁଣେସ୍ଥିତ କଲମ୍ବିଆ ଏସିଆ ହସ୍ପିଟାଲ, ଫିଜିଓଥେରାପିଷ୍ଟ ଡ. ଜ୍ୟୋତି ୱାଗମେର କହିଛନ୍ତି”।

ଅନେକ ଯୋଗ ଆସନା ବିଶେଷ ଭାବରେ ଫୁସଫୁସର କାର୍ଯ୍ୟକୁ ପୁନଃସ୍ଥାପିତ କରିବା ଉପରେ ଧ୍ୟାନ ଦେଇଥାଏ ଏବଂ ଶରୀରର ସମସ୍ତ କୋଷରେ ଅମ୍ଳଜାନ ଯୁକ୍ତ ରକ୍ତ ପମ୍ପ କରିବାରେ ସାହାଯ୍ୟ କରିଥାଏ। ”

ମହାମାରୀ ସମୟରେ ମାନସିକ ଶାାନ୍ତି ପାଇଁ ଯୋଗ
ଆୟୁଷ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଯେ ଯୋଗ, କରୋନା ରୋଗୀଙ୍କ ମନୋ-ସାମାଜିକ ଯତ୍ନ ଏବଂ ପୁନ ଥଇଥାନରେ ବିଶେଷ ଭୂମିକା ଗ୍ରହଣ କରିଥାଏ।

Leave A Reply

Your email address will not be published.