Latest Odisha News

BREAKING NEWS

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ବେଲ୍, ଜେଲରୁ ବାହାରିବା ରାସ୍ତା ପରିସ୍କାର

କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପୁଣି ଆଶ୍ୱସ୍ତି । ଗୋଳନ୍ଥରା ଥାନାରେ ଦାୟର ଅନ୍ୟ ଏକ ମାମଲାରେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ପୂର୍ବରୁ କ୍ରାଇମବ୍ରାଞ୍ଚ ସମେତ ୫ଟି ମାମଲାରେ ତାଙ୍କୁ ବେଲ୍ ମଞ୍ଜୁର ହୋଇଛି । ଫଳରେ ଏବେ ପ୍ରଦୀପ ପାଣିଗ୍ରାହୀ ଜେଲରୁ ବାହାରିବା ରାସ୍ତା ପରିସ୍କାର ହୋଇଥିବା କୁହାଯାଉଛି । ସର୍ତ୍ତପୂରଣ ସହ ସେ ଜେଲରୁ ବାହାରି ପାରିବେ ।

ଟାଟା କମ୍ପାନୀରେ ଚାକିର କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ୨୦୨୦ ଡିସେମ୍ୱର ୩ ତାରିଖରେ ଗିରଫ ହୋଇଥିଲେ । ତାପରଠୁ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଟାଟାରେ ଚାକିରି ନାଁରେ ଜାଲିଆତିରେ ତାଙ୍କର ଲିଙ୍କ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପ୍ରଥମେ ଆକାଶ ପାଠକ ଗିରଫ ହୋଇଥିଲେ ।

Leave A Reply

Your email address will not be published.