Latest Odisha News

BREAKING NEWS

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପ୍ରଜା ମେଳି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପ୍ରଜା ମେଳି ଆୟୋଜିତ ହୋଇଯାଇଛି । ଧୁଳିପଟ ଗାଁରେ ଆୟୋଜିତ ହୋଇଥିବା ଏହି ପ୍ରଜା ମେଳିରେ ୩୫ଟି ଗ୍ରାମର ୧ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ ।

ହାତରେ ପ୍ଲାକାର୍ଡ଼ ଧରି ବିରାଟ ଶୋଭାଯାତ୍ରା କରାଯାଇଥିଲା । ଏହାସହ ଚିତ୍ରକୋଣ୍ଡା ତହସିଲଦାରଙ୍କ ଉପଲକ୍ଷେ ଅଞ୍ଚଳବାସୀ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ଏହି ଅଞ୍ଚଳର ପାହାଡ଼ ଜଙ୍ଗଲରେ ଅନ୍ୟ କୌଣସି ଚାଷ ହେଉନଥିଲା । ଏଥିପାଇଁ ସ୍ଥାନୀୟ ଆଦିବାସୀମାନେ ଗଞ୍ଜେଇ ଚାଷ କରୁଥିଲେ ।

ସ୍ୱାଭିମାନ ଅଞ୍ଚଳ ହେବା ପରେ ପୋଲିସ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ଲାଗିଛନ୍ତି । ବର୍ତ୍ତମାନ ଏହାକୁ ବିରୋଧ କରୁଛନ୍ତି ଅଞ୍ଚଳବାସୀ । ଜଙ୍ଗଲଜାତ ଦ୍ରବ୍ୟର ସରକାର ଉଚିତ୍ ମୂଲ୍ୟ ପ୍ରଦାନ କଲେ ଲୋକେ ଆଉ ଗଞ୍ଜେଇ ଚାଷ କରିବେ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.