Latest Odisha News

BREAKING NEWS

ଚୁପଚାପ ବିବାହ ବନ୍ଧନରେ ଆବଦ୍ଧ ହେଲେ ଉନ୍ମୁକ୍ତ

ନୂଆଦିଲ୍ଲୀ:୧୯ ବର୍ଷରୁ କମ୍ ବିଶ୍ୱକପ ବିଜେତା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ଚୁପଚାପ ଫିଟନେସ ଟ୍ରେନର ସିମ୍ରନ ଖୋସଲାଙ୍କ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ୨୦୧୦ରେ ୨୮ ବର୍ଷୀୟ ଏହି ଯୁବ କ୍ରିକେଟର ଦିଲ୍ଲୀ ପକ୍ଷରୁ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ୮ ସିଜନ ପର୍ଯ୍ୟନ୍ତ ସେ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହା ପରେ ସେ ଉତରାଖଣ୍ଡ ପକ୍ଷରୁ ଖେଳିଥିଲେ । ଭାରତ ଏ ପକ୍ଷରୁ ତାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା ।

୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷିତ ୩୦ ଜଣିଆ ଦଳରେ ସେ ସ୍ଥାନ ପାଇଥିଲେ । ୨୦୧୪ ଟି୨୦ ବିଶ୍ୱକପ ପାଇଁ ୩୦ ଜଣିଆ ଦଳରେ ମଧ୍ୟ ସୁଯୋଗ ପାଇଥିଲେ । ଉନ୍ମୁକ୍ତ ଏବେ ଭାରତୀୟ କ୍ରିକେଟରୁ ଅବସର ଘୋଷଣା କରି ଆମେରିକା ପାଇଁ ଘରୋଇ କ୍ରିକେଟ ଖେଳୁଛନ୍ତି ।

Leave A Reply

Your email address will not be published.