Latest Odisha News

ଗିରଫ ହେଲେ ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା

ନୂଆଦିଲ୍ଲୀ: ଗିରଫ ହେଲେ ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା । ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ହାସନ ପୋଲିସ ଗିରଫ କରିଛି। ସୂରଜ ଜଣେ ଜେଡିଏସ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗର ପ୍ରାଥମିକ ଯାଞ୍ଚ ପରେ ପୋଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରି ଗିରଫ କରିଛି।

ସୂଚନା ଅନୁସାରେ, ଜେଡିଏସର ବିଧାନ ପରିଷଦ ସଦସ୍ୟ ସୂରଜ ଜଣେ ୨୭ ବର୍ଷୀୟ କାର୍ଯ୍ୟକର୍ତ୍ତାଙ୍କୁ ଫାର୍ମ ହାଉସରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ହୋଲେନାରସିପୁରା ସ୍ଥାନୀୟ ପୁଲିସ ଶନିବାର ଆଇପିସି ଧାରା ୩୭୭ (ଅସ୍ୱାଭାବିକ ଯୌନ ସମ୍ପର୍କ), ୩୪୨ (ବନ୍ଧକ ରଖିବା), ୫୦୬(ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା।

ଅଭିଯୋଗ ଅନୁସାରେ, ଜୁନ୍ ୧୬ ତାରିଖରେ ପୀଡିତ ଯୁବକଙ୍କୁ ସୂରଜ ତାଙ୍କ ଫାର୍ମ ହାଉସକୁ ଡାକିଥିଲେ। ଫାର୍ମ ହାଉସରେ ପହଞ୍ଚିବା ପରେ ସୂରଜ ବଳପୂର୍ବକ ଉକ୍ତ ଯୁବକଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଯଦି ସେ ତାଙ୍କୁ ସହଯୋଗ ନ କରିବେ ଏବଂ ଏ ବିଷୟରେ ଯଦି କାହାକୁ କୁହନ୍ତି ତା ହେଲେ ତାଙ୍କୁ ମାରିଦେବେ ବୋଲି ସୂରଜ ଧମକ ଦେଇଥିଲେ। ଏସବୁ କରିବା ବଦଳରେ ସୂରଜ ରେଭାନ୍ନା ତାଙ୍କୁ ଚାକିରି ଦେବା ଏବଂ ରାଜନୀତିରେ ଆଣିବା ପାଇଁ ଲୋଭ ଦେଖାଇଥିଲେ । ପୋଲିସ ପୀଡିତଙ୍କ ଅଭିଯୋଗ ଅନୁଯାୟୀ ମାମଲାର ତଦନ୍ତ ଜାରି ରଖିଛି।

କହିରଖୁଛୁ ଯେ, କର୍ଣ୍ଣାଟକ ଯୌନ କେଳେଙ୍କାରୀ ମାମଲାରେ ପୋଲିସ ଉଭୟ ସୂରଜ ରେଭାନ୍ନା ଏବଂ ତାଙ୍କ ଘନିଷ୍ଟ ଶିବକୁମାରଙ୍କୁ ଅଭିଯୁକ୍ତ କରିଛି। ବର୍ତ୍ତମାନ ଏହି ମାମଲାରେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

 

 

 

Leave A Reply

Your email address will not be published.